Home ଓଡ଼ିଶା ଡମପଡ଼ା ବ୍ଲକରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦ୍ଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି । ଏହାକୁ ଡମପଡ଼ା +୨ ମହାବିଦ୍ୟାଳୟର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ସାମଲ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଧ୍ୟକ୍ଷ ସଂଜୟ କୁମାର ମହାରଣା, ସ୍କୁଲ ପରିଚାଳନା ଅଧ୍ୟକ୍ଷ ବିଜୟ ମହାନ୍ତି, ଏ.ବି.ଇ.ଓ ଜୟନ୍ତୀ ବିଶ୍ୱାଳ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଭାରପ୍ରାପ୍ତ ବି.ଆର.ସି.ସି ପ୍ରଫୁଲ୍ଲ କୁମାର ବେହେରା ସଭାପତିତ୍ୱ କରିଥିବା ବେଳେ ସି.ଆର.ସି.ସି ଦିଲ୍ଲୀପ କୁମାର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ମାନସ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ ଉଦ୍୍ଯାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ସୁରଭି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ବିକାଶ ହୋଇପାରୁଛି ବୋଲି ବକ୍ତବ୍ୟରେ କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ ପଟେଲ୍, ଜିଲ୍ଲାପରିଷଦ ସଭ୍ୟ ଆଶିଷ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ଜ୍ୟୋର୍ତିମୟୀ ସାହୁ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏ.ବି.ଇ.ଓ ପ୍ରଫୁଲ୍ଲ କୁମାର ବେହେରା ସଭାପତିତ୍ୱ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ ପୁରସ୍କୃତ କରିଥିଲେ । ଶେଷରେ ସି.ଆର.ସି.ସି ଦିଲ୍ଲୀପ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ମନୋରଞ୍ଜନ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026