Home ଓଡ଼ିଶା ବାଙ୍କୀରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବିଜୁ ଜନତାଦଳ ପକ୍ଷରୁ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଚଳିତ ମାସ ୪ତାରିଖରେ ଜନସଂପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବାଙ୍କୀର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ସରକାରଙ୍କର କାର୍ଯ୍ୟକ୍ରମକୁ କଟୁ ସମାଲୋଚନା କରିବା ସହ ୪ତାରିଖରେ ହେବାକୁ ଥିବା ଜନସଂପର୍କ ପଦଯାତ୍ରାରେ ଲୋକଙ୍କୁ ସରକାରଙ୍କ ବିଫଳତା ବିଷୟରେ ଅବଗତ କରାଇବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ କହିଲେ ଏହି କାର୍ଯ୍ୟକ୍ରମ ଶିଶୁଆ ଗ୍ର୍ରାମ ଠାରୁ ଆରମ୍ଭ ହୋଇ ବାଙ୍କୀ ବଜାର ମେଡିକାଲ୍ ଛକ ପର୍ଯ୍ୟନ୍ତ ପଦଯାତ୍ରାରେ ଯିବା ସହ ଲୋକମାନଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ଡମପଡ଼ା ବ୍ଲକ ବିଜେଡି ସଭାପତି ଆର୍ତ୍ତତ୍ରାଣ ସ୍ୱାଇଁ, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତ ଦାସ, ନଗର କାର୍ଯ୍ୟକାରୀ ସଭାପତି ଭାଗୀରଥି ବିଶ୍ୱାଳ, ଡମପଡ଼ା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଉପନଗରପାଳ ସନ୍ତୋଷ କୁମାର ରଣା, ଜିଲ୍ଲାପରିଷଦ ସଦସ୍ୟ ଆଶିଷ କୁମାର ସାହୁ, ସଂଜୟ ପାତ୍ର, ରଶ୍ମିରେଖା ପଣ୍ଡା, କଟକ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ସନାତନ ବେହେରା, ଯୁବନେତା ଶ୍ରୀନିବାସ ବେହେରା, କାଉନସିଲର ପଠାଣୀ ବେହେରା, କେନ୍ଦ୍ର ବ୍ୟାଙ୍କ ସଭାପତି ସୁବାସ ପାଢ଼ୀ, ପୂର୍ବତନ ଡମପଡ଼ା ବ୍ଲକ ଅଧ୍ୟକ୍ଷ ସୂର୍ଯନାରାୟଣ ପାତ୍ର, ସମବାୟବିତ୍ ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ବାଙ୍କୀ ବ୍ଲକ ୨୦ଟି ପଞ୍ଚାୟତ, ଡମପଡ଼ା ବ୍ଲକର ୧୭ପଂଚାୟତ, ଏନ୍.ଏ.ସିର ୧୭ଟି ୱାର୍ଡର ସରପଞ୍ଚ, ସମିତି ସଭ୍ୟ, କାଉନସିଲର ଏବଂ ବହୁ ବିଜେଡି କର୍ମକର୍ତ୍ତା ଯୋଗଦେଇଥିଲେ । ଶେଷରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ରାଜନୀତି, ହୋମ୍ Related Content ପ୍ରାଚୀ ମୁଲକ୍ ତୈଳ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ବୈଠକ by Proprietor Abhimanyu Maharana October 8, 2026 ପୋଲିସ ବାହିନୀର ୭୧ତମ ରାଜ୍ୟସ୍ତରୀୟ ବୃତ୍ତିଗତ ଦକ୍ଷତା ପ୍ରତିଯୋଗିତା ଉଦ୍ଘାଟିତ by Proprietor Abhimanyu Maharana October 8, 2026 ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana October 8, 2026 ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ by Proprietor Abhimanyu Maharana October 8, 2026 କଲଭର୍ଟ ରାସ୍ତାରେ ବୃହତ୍ ଗର୍ତ୍ତ : ବିପଦରେ ଶହ ଶହ ଛାତ୍ରଛାତ୍ରୀ - ୫ ଲକ୍ଷ ଟଙ୍କାର ଉନ୍ନତିକରଣ ପରେ ଅଳ୍ପଦିନରେ ବେହାଲ; ନିର୍ମାଣ ମାନକୁ ନେଇ ପ୍ରଶ୍ନ by Proprietor Abhimanyu Maharana October 8, 2026 ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲ ରେ ଚାମ୍ପିଅନ୍ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା by Proprietor Abhimanyu Maharana October 8, 2026