Home ଓଡ଼ିଶା ବାଙ୍କୀ ବ୍ଲକ ସୁରଭି ଉତ୍ସବ-୨୦୨୪ ଉଦ୍ଘାଟିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ବ୍ଲକ ପକ୍ଷରୁ ବନ୍ଦାଳୋ ଉତ୍ତର କୂଲାଟ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ସୁରଭି-୨୦୨୪ ଉତ୍ସବ ଉଦ୍ଘାଟିତ ହୋଇଛି । ମଣ୍ଡଳ ଶିକ୍ଷାଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀମାନେ ଏହି ସୁରଭି ଉତ୍ସବରୁ ବହୁ ଜିନିଷ ଶିକ୍ଷାଲାଭ କରିପାରିବେ ବୋଲି କହିଥିଲେ । ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ ମୁଖ୍ୟବକ୍ତା, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରେଖା ପଣ୍ଡା, ବନ୍ଦାଳୋ ସରପଞ୍ଚ ପ୍ରିୟଦର୍ଶିନୀ ସ୍ୱାଇଁ, ସମିତି ସଭ୍ୟା ସରଳା ମାନସିଂହ, ଉତ୍ତରକୂଲାଟ ବିଦ୍ୟାପୀଠ ପରିଚାଳନା କମିଟି ସଭାପତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ମା’ଦୁର୍ଗା ବାଳିକା ହାଇସ୍କୁଲର ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସାମନ୍ତ ସିଂହାର ମଞ୍ଚ ପରି ଚାଳନା କରି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ମୁଦୁଲି, ଉତ୍ତର କୁଲାଟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ମୃତିପ୍ରିୟଦର୍ଶିନୀ ଦାସ, ସି.ଆର.ସି.ସି ବନ୍ଦାଳୋ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ୧୨୯ ଶିକ୍ଷାନୁଷ୍ଠାନର ମୋଟ ୧୦ଟି କ୍ଲଷ୍ଟରର ବରିଷ୍ଠ ଓ କନିଷ୍ଠ ବିଭାଗର ୨୨୦ଜଣ ପ୍ରତିଯୋଗୀ ଭାଗନେଇଥିଲେ । ଉଦ୍ଯାପନ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ କୁମାର ସେଠୀ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଳରାମ ମୁଦୁଲି, ମା’ଦୁର୍ଗା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଅନୀତା ରଥ, ବିି.ଆର.ସି.ସି ରୁକ ନାୟକ ପ୍ରମୁଖ ଯୋଗଦେଇ ମାନପତ୍ର ଓ ଟ୍ରଫି ବଣ୍ଟନ କରିଥିଲେ । କୃତି ଛାତ୍ରଛାତ୍ରୀମାନେ କଟକରେ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । Categories: ଓଡ଼ିଶା, କଟକ, ହୋମ୍ Related Content ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026