Home ଓଡ଼ିଶା ବାଙ୍କୀରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ ଚକାପଦାସ୍ଥ ଯୁବଭବନ ପରିସରରେ ଆଦର୍ଶ ଯୁବପରିଷଦ ଆନୁକୁଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ବାର୍ଷିକ ସ୍ମୃତିରେ ଆଜି ଆବାହକ ଅକ୍ଷୟ କୁମାର ସାମଲଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଓ ୫୫୦ରୁ ଉର୍ଦ୍ଧ୍ୱ ଗଡଜାତ ରାଜ୍ୟକୁ ଭାରତରେ ମିଶିବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ବଂଶୀଧର ମହାପାତ୍ର, ଲଲାଟେନ୍ଦୁ ପଣ୍ଡା, ମନୋଜ ରାଉତ, ଶଶିଭୂଷଣ ତ୍ରିପାଠୀ, ସାହାରା କ୍ଲବର ସଭାପତି ଚରଣ ରାଉତ, ଅଶୋକ ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ରାଷ୍ଟ୍ରୟ ଏକତା ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଶେଷରେ ମନୋଜ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ବେଣ୍ଟ ଠାରୁ ମିଳିଥିବା ନର କଂକାଳର ଦୁଇ ଜଣ ହତ୍ୟାକାରୀଙ୍କୁ ପୁଲିସ ଗିରଫ କରିଛି ଓ ତାହା ଦିବ୍ୟପ୍ରକାଶ ଙ୍କର ବୋଲି ପୁଲିସ ଦୃଢତାର ସହ କହୁଛି by Proprietor Abhimanyu Maharana September 4, 2026 ରଣପୁର ଥାନା : ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର - ଅଭିଯୋଗ ଆଣିଲେ ପରିବାର ଲୋକ by Proprietor Abhimanyu Maharana September 4, 2026 ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପହଞ୍ଚିଲେ ବହୁ ସାଧୁସନ୍ଥ : ସମଗ୍ର ଜିଲ୍ଲା by Proprietor Abhimanyu Maharana September 4, 2026 ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ by Proprietor Abhimanyu Maharana September 4, 2026 ସୃଷ୍ଟି ଏକାଡେମୀରେ CMA ଫାଉଣ୍ଡେସନ୍ କୋଚିଂ ପାଇଁ ICMAI ସହ ଆକ୍ରେଡିଟେସନ୍ ଚୁକ୍ତି by Proprietor Abhimanyu Maharana September 4, 2026 ୬ରେ ରାଜଧାନୀ କଲେଜ ପୂର୍ବ ଛାତ୍ର ସଂସଦ ସାଧାରଣ ପରିଷଦ by Proprietor Abhimanyu Maharana September 4, 2026