ମା ଶ୍ୟାମା କାଳୀଙ୍କ ପୂଜା ପାଳିତ

୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :-> ଖୋର୍ଦ୍ଧା ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ରାଜସୁନାଖଳା କୁମାରୀ ଛକ ତ୍ରିନାଥ ବଜାର ବଣିକ ସଙ୍ଘ ତରଫରୁ ମଧ୍ୟ ରାତ୍ରରେ ମା ଶ୍ୟାମା କାଳୀଙ୍କର ପୂଜା ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି !, ବଣିକ ସଙ୍ଘର ସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ବେହେରା ଙ୍କ ଅଧକ୍ଷତାରେ ଗୁରୁବାର ମଧ୍ୟ ରାତ୍ରରେ ମା ଶ୍ୟାମା କାଳୀଙ୍କର ମୁଣ୍ମଳୟ ମୃତ୍ତିରେ ଷୋଡଶ ଉପଚାରେ ପୂଜାର୍ଚନା କରାଯାଇଥିଲା ! କର୍ତ୍ତାଭାବେ ବିଜୟ କୁମାର ସାହୁ ପୂଜାରେ ଆହୁତି ପ୍ରଦାନ କରିଥିଲେ !

ମା ଶ୍ୟାମା କାଳୀଙ୍କ ପୂଜା ଉତ୍ସବ ଟି 3ଦିନ ବ୍ୟାପି ମହାଆଡମ୍ବରରେ ପାଳନ କରାଯିବା ପାଇଁ ଥିବା ବେଳେ ଶୁକ୍ରବାର ଭାଗବତ, ସକୀର୍ତ୍ତନ ଓ ସମ୍ବୁଲପୁରୀ ଡ୍ୟାନ୍ସ, ଶନିବାର ଭରତଲୀଳା ଓ ଦୁଆରୀ, ରାତ୍ରରେ ମେଲୋଡି କାର୍ଯ୍ୟକ୍ରମ ଓ ରବିବାର ଭସାଣି ଉତ୍ସବ ପାଳନ କରାଯିବ ବୋଲି ତ୍ରିନାଥ ବଜାର ବଣିକ ସଙ୍ଘର ସମ୍ପାଦକ ନିରଂଜନ ପ୍ରଧାନ ପ୍ରକାଶ କରିଛନ୍ତି !

Exit mobile version