ନୀଳାଚଳ ସତସଙ୍ଗର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

୦୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :->  ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆପଲ୍ଲି ପଞ୍ଚାୟତ ଶାମୁକାପାଟଣା ଗ୍ରାମରେ ନୀଳାଚଳ ସତସଙ୍ଗର ଦ୍ଵିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଶାମୁକାପାଟଣା ଗ୍ରାମର ଶ୍ରୀ ଶ୍ରୀ ରାଧାକାନ୍ତ ଦେବଙ୍କ ପବିତ୍ର ପୀଠରେ ଟିକାତଳ ଆଶ୍ରମ ସ୍ଵାମୀ ଭାଗବତାନନ୍ଦପୁରୀ ମହାରାଜାଙ୍କ ପୌରାହିତରେ ଯଥାବିଧି ଭ୍ବାବେ ଅନୁଷ୍ଠିତ ହୋଇଯାଇଛି। ସତସଙ୍ଗର ସଭାପତି ନଳୀନ ସ୍ୱାଇଁ, ସବିତା ବେହେରା ,

ପୁଷ୍ପଲତା ମହାପାତ୍ରଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଏଥିରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଧଳାପଥର ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ମଲ୍ଲିକ , ପୋଲିସ କର୍ମଚାରୀ ସପନେଶ୍ୱର ଭୁଜବଳ , ନାୟବ ସରପଞ୍ଚ ଲକ୍ଷ୍ମୀଧର ସ୍ୱାଇଁ , ସମିତିସଭ୍ୟ ରଞ୍ଜନ କୁମାର ପଣ୍ଡାଙ୍କ ସହିତ ଅନେକ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ସତସଙ୍ଗକୁ ଶୁଣିବାକୁ ସ୍ଥାନୀୟ ଅଂଚଳର ଅନେକ ସତସଙ୍ଗପ୍ରେମୀ ଉପସ୍ଥିତ ଥିଲେ ।

Exit mobile version