
୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନର ଅଟ୍ରି ଠାରେ ଆନୁଷ୍ଠାନିକ ଭାବେ ଏକ ନୂତନ ପାସେଞ୍ଜର ହଲ୍ଟ ଯାତ୍ରୀ ମାନଙ୍କୁ ସମର୍ପିତ କରାଯାଇଅଛି ଯାହା ଏହି ଅଞ୍ଚଳର ପରିବହନ ଭିତ୍ତିଭୂମିରେ ଏକ ଉଲ୍ଲେଖନୀୟ ଉନ୍ନତି ଘଟାଇଛି। ଅଟ୍ରି ପାସେଞ୍ଜର ହଲ୍ଟ ଉଦ୍ଘାଟନୀ ସମାରୋହରେ ଭୁବନେଶ୍ୱରର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବେଗୁନିଆର ମାନ୍ୟବର ବିଧାୟକ ଶ୍ରୀ ପ୍ରଦିପ କୁମାର ସାହୁ ଓ ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ଜଗଦେବ ଏବଂ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଏଚ. ଏସ. ବଜୱାଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଛନ୍ତି |

