୨ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> କର୍ତବ୍ୟନିଷ୍ଠା ବୋଲଗଡ ତହସିଲଦାରଙ୍କ ମାତ୍ର ୧ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବଦଳିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ବୋଲଗଡ ତହସିଲ ଅନ୍ତର୍ଗତ ବିଭିନ୍ନ ସଙ୍ଗଠନ/ଅନୁଷ୍ଠାନର କର୍ମକର୍ତ୍ତା ,ବୋଲଗଡ ବଣିକ ମହାସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ , ବୋଲଗଡ ବ୍ଲକ ମିଶନ ଶକ୍ତି ମହାସଂଘ ,ବହୁ ସାମ୍ବାଦିକ ଓ ସାମାଜିକ କର୍ମି ମିଳିତଭାବେ ତଥା ଜନସାଧାରଣ ରାଜ୍ୟ ମୁଖ୍ୟମନ୍ତ୍ରୀ , ରାଜସ୍ୱ ବିଭାଗ ମନ୍ତ୍ରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମେଲ ଓ ଡାକ ବିଭାଗ ଜରିଆରେ ତହସିଲଦାର ନିବେଦିତା ପରିଡାଙ୍କ ବଦଳି ବାତିଲ ପାଇଁ ନିବେଦନ କରିଛନ୍ତି ।

