Home ଓଡ଼ିଶା ଟିପିସିଓଡିଏଲ୍କୁ ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡ ୨୦୨୪ରେ ଶ୍ରେଷ୍ଠ ସମ୍ମାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଆୟୋଜିତ ସମ୍ମାନଜନକ ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡସ ୨୦୨୪ରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପ୍ରଦର୍ଶନରେ ଉନ୍ନତି ପାଇଁ ପ୍ରଥମ ସ୍ଥାନ ହାସଲ କରିଛି । ଟିପିସିଓଡିଏଲ୍ ମଧ୍ୟ ଆହ୍ୱାନପୂର୍ଣ୍ଣ ରାଜ୍ୟ ବର୍ଗରେ ସାମଗ୍ରିକ ଭାବେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଯାହା ବିଦ୍ୟୁତ ବିତରଣରେ ଉତ୍କର୍ଷତା ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଉଛି । ପୂର୍ବତନ ଶକ୍ତି ସଚିବ ତଥା ସମ୍ମିଳନୀ ଓ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଅନୀଲ ରାଜଦାନ ଓ ଦିଲ୍ଲୀ ବିଦ୍ୟୁତ ନିୟାମକ ଆୟୋଗର ପୂର୍ବତନ ସଦସ୍ୟ ତଥା ବିଚାରକ ମଣ୍ଡଳୀର ଅନ୍ୟତମ ସଦସ୍ୟ ବିପି ସିଂହଙ୍କଠାରୁ ଟିପିସିଓଡିଏଲ୍ ତରଫରୁ କମ୍ପାନିର ବିଜନେସ୍ ଏକ୍ସଲେନ୍ସ ମୁଖ୍ୟ ନିରଞ୍ଜନ ରାଉତ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ‘ଇନୋଭେସନ୍ ୱିଥ୍ ଇମ୍ପାକ୍ଟ ଆୱାର୍ଡସ ଫର୍ ଡିସକମ ୨୦୨୪ଌ୰୩୯; ରେ ଭାରତର ବିଦ୍ୟୁତ ବିତରଣ କଂପାନିଗୁଡ଼ିକର ଅଭିନବ ଅଭ୍ୟାସକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ୨୦୨୪ ଅକ୍ଟୋବର ୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପୁରସ୍କାର ସମାରୋହରେ ଟିପିସିଓଡିଏଲ୍, ଟାଟା ପାୱାର ମୁମ୍ବାଇ ଏବଂ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡିଡିଏଲ୍) ଏକାଧିକ ବର୍ଗରେ ଭଲ ପ୍ରଦର୍ଶନ କରିଛନ୍ତି । ଏହି ସମ୍ମାନ ବିଦ୍ୟୁତ ବିତରଣ କ୍ଷେତ୍ରେର ଅଭିନବ ଏବଂ ଉତ୍କର୍ଷ ପ୍ରୟାସ ପ୍ରତି ଟାଟା ପାୱାରର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଶକ୍ତି ମନ୍ତ୍ରଣାଳୟର ସମର୍ଥନରେ ଆୟୋଜିତ ଏହି ପୁରସ୍କାରର ଦ୍ୱାଦଶ ବାର୍ଷିକ ସଂସ୍କରଣରେ ଦେଶବ୍ୟାପୀ ୩୨ଟି ଡିସକମ୍ ଅଂଶଗ୍ରହଣ କରିଥିଲେ । ଏହି ପୁରସ୍କାର ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଏହି ପୁରସ୍କାର ଆମର ପରିଚାଳନାଗତ ଉତ୍କର୍ଷତା ଏବଂ ଗ୍ରାହକ ସନ୍ତୋଷ ପାଇଁ ନିରନ୍ତର ପ୍ରୟାସର ପ୍ରମାଣ । ଏହା ସମଗ୍ର କେନ୍ଦ୍ରୀୟ ଓଡ଼ିଶାରେ ବିଦ୍ୟୁତ ବିତରଣର ଗୁଣବତ୍ତା ଏବଂ ବିଶ୍ୱସନୀୟତା ବୃଦ୍ଧି ପାଇଁ ଅଭିନବ ସମାଧାନ ପ୍ରୟୋଗ କରିବାକୁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏଭଳି ସମ୍ମାନଜନକ ସ୍ୱୀକୃତି ପାଇ ଆମେ ଗର୍ବ ଅନୁଭବ କରୁଛୁ ଏବଂ ଆମେ ସେବା ଯୋଗାଉଥିବା ଅଞ୍ଚଳରେ ଅଧିକ ପରିବର୍ତନ ଆଣିବାକୁ ଚେଷ୍ଟା ଜାରି ରଖିବୁ ।’’ ଓଡ଼ିଶାର ଶକ୍ତି ବଂଟନ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଦକ୍ଷତା, ସ୍ଥାୟିତ୍ୱ ଏବଂ ସେବା ଉନ୍ନତି ଦିଗରେ ଟିପିସିଓଡିଏଲ୍ର ସମର୍ପଣକୁ ଏହି ସମ୍ମାନ ଦୋହରାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ଦେଶ, ମହାନଗର, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026