୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ମାଟିର ଗର୍ବ ତଥା ସୁଯୋଗ୍ୟ ସନ୍ତାନ ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ସୋମନାଥ ଶବର ଙ୍କୁ ଆଦିବାସୀ ମହସଂଘ୍ ଓ ତୁମୁଳ ଗ୍ରାମବାସୀ ପକ୍ଷରୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୫୬୯ ସ୍ଥାନ ଅଧିକାର କରି ଗୁମ୍ମା ବ୍ଲକ ପାଇଁ ଗର୍ବ ଓ ଗୌରବର କାରଣ ସାଜିଛନ୍ତି ସୋମନାଥ ଶବର।

