Home ଓଡ଼ିଶା ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଅପରାହ୍ନ ରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ, ଦୁର୍ନୀତି ନିବାରଣ ଶାଖା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଦୁର୍ନୀତି ଏକ ମହାମାରୀ । ଏହା ବିକାଶ କୁ ନଷ୍ଟ କରିବା ସହ ସାମାଜିକ ଉନ୍ନତି କୁ କ୍ଷତି ପହଞ୍ଚାଇଥାଏ । ଦୁର୍ନୀତି ନିବାରଣ ବିଭାଗ କେବଳ ଏହାକୁ ରୋକି ପାରିବ ନାହିଁ ବୋଲି କହିଥିଲେ।ଏଥିପାଇଁ ଜନ ସହଯୋଗ ଓ ସଚେତନତା ଜରୁରୀ । କେବଳ ଗୋଟିଏ ଦିନ ପାଇଁ ନୁହେଁ ବରଂ ପ୍ରତିଟି ଦିନ ପ୍ରତ୍ୟେକ ଦୁର୍ନୀତି ନିବାରଣ ପାଇଁ ଚେଷ୍ଟିତ ହେବାକୁ ସେ ଆହ୍ୱାନ ଦେଇଥିଲେ।ପୁରୀ ପୌରପାଳିକା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ପୂର୍ବାପେକ୍ଷା ଦୁର୍ନୀତି ର ମାତ୍ରା କମିଛି । ବର୍ତ୍ତମାନ ଡିଜିଟାଲ ମାଧ୍ୟମରେ ଅର୍ଥ ପ୍ରଦାନ କୁ ପ୍ରୋତ୍ସାହିତ କରାଯାଉଥିବାରୁ ଏହା ଦୁର୍ନୀତି କୁ ହ୍ରାସ ଦିଗରେ ଏକ ବଡ ସଫଳତା ବୋଲି ସେ ମତ ଦେଇଥିଲେ । ବିଶିଷ୍ଟ ଗାନ୍ଧୀବାଦି ଲେଖକ ତଥା ସମାଜସେବୀ ଗୌରାଙ୍ଗ ଚରଣ ପରିଡ଼ା ଓ ଦୁର୍ନୀତି ନିବାରଣ ବିଭାଗର ଆଇନ ପରାମର୍ଶଦାତା ସତ୍ୟବାଦୀ ଦାସ ଦୁର୍ନୀତି ବିକାଶ ର ମୁଖ୍ୟ ପ୍ରତବନ୍ଧକ ବୋଲି କହିବା ସହ ପ୍ରତ୍ୟେକ ନିଜ ବିବେକାନୁମୋଦିତ କାର୍ଯ୍ୟ, ଉନ୍ନତ ଚରିତ୍ର ଗଠନ,ଆତ୍ମ ସଂଯମତା ଓ ଶୃଙ୍ଖଳା ରଖିଲେ ଦୁର୍ନୀତି ନିବାରଣ ସହଜ ହୋଇ ପାରିବ ବୋଲି କହିଥିଲେ। ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏହି କାର୍ଯ୍ୟକ୍ରମ ରେ ସଂଯୋଜନା କରିବା ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ନୀତି ବିରୋଧୀ ଯେ କୌଣସି କାର୍ଯ୍ୟ ଦୁର୍ନୀତି ପଦବାଚ୍ୟ। ଦୁର୍ନୀତି ରୂପକ ସାମାଜିକ ବ୍ୟାଧି କୁ ବ୍ୟାପକ ସଚେତନତା ମାଧ୍ୟମରେ ପ୍ରତିହତ କରାଯାଇ ପାରିବ ବୋଲି ଶ୍ରୀ ସେଠୀ ମତ ଦେବା ସହ ସମସ୍ତ ଙ୍କୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ସାମଲ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି , ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହିମାଂଶୁ ସମରଥ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରତିନିଧି, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ,ସ୍ବେଛାସେବୀ,ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପୂର୍ବରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ପୁରୀ ଜିଲ୍ଲା ଦୁର୍ନୀତି ନିବାରଣ ଶାଖାର ଉପ ଆରକ୍ଷୀ ଅଧିକ୍ଷକ ସୋମନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026