Home ଅପରାଧ ସମ୍ପର୍କୀୟ ପୁତୁରା ବିଧବା ଖୁଡି ର ଲୁଟିନେଲା ସୁନା ଗହଣା : ୨ ମହିଳା ଗିରଫ – ଜଣେ ଫେରାର : ତଦନ୍ତ ଅବ୍ୟାହତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧ ନଭେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସମ୍ପର୍କୀୟ ପୁତୁରା ବିଧବା ଖୁଡିର ସୁନା ଗହଣା ଲୁଟି ନେବା ଭଳି ଏକ ବିଶ୍ୱାସ ଘାତକତା କାର୍ଯ୍ୟ କରି ପୋଲିସ ହାତରେ ଦୁଇ ମହିଳା ବନ୍ଧା ହୋଇଛନ୍ତି । ଘଟଣାଟି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦେଖିବାକୁ ମିଳିଛି l ବିଧବା ବୃଦ୍ଧା ଇସ୍ତରା ଶୋଭା ସୁନ୍ଦର ନିଜ ସମ୍ପର୍କୀୟ ପୁତୁରା ଘରକୁ ଭଲ ମନ୍ଦ ବୁଝିବା ସହ ତାଙ୍କୁ ଭେଟିବା ପାଇଁ ଆସିଥିଲେ । ହେଲେ ସେହି ସମ୍ପର୍କୀୟ ମାନେ ବୃଦ୍ଧା ପିନ୍ଧିଥିବା ସୁନା ଗହଣା ଉପରେ ଲୋଭ ରଖିଥିଲେ । ପ୍ରାୟ ୨ ଶହ ୪୦ ଗ୍ରାମ ସୁନା ଗହଣାକୁ ଚୋରି କରିନେଲେ । ହେଲେ ପୋଲିସ ତଦନ୍ତ ବେଳେ ଜଣେ ଫେରାର ହୋଇ ଯାଇଥିବା ବେଳେ ୨ ଜଣ ମହିଳାଙ୍କୁ କେଶ ନଂ. ୨୦୧/୨୪ ପ୍ରକାରେ ଗିରଫ କରାଯାଇ ଥିବା ବିଷୟ ଆଇଆଇଆସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଗିରଫ ୨ ଜଣ ହେଲେ ଅମିତା ନାୟକ ଏବଂ ମେନକା ସିଂ । ଏଥିରେ ସମ୍ପୃକ୍ତ ସୁନୀଲ କୁମାର ସିଂ ଫେରାର ହୋଇଥିବାରୁ ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି । ଚୋରି ଯାଇଥିବା ସମସ୍ତ ୨ ଶହ ୪୦ ଗ୍ରାମ ସୁନାକୁ ପୋଲିସ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି, ଅଭିଯୋଗ କାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ଗାଁ କାଟିଙ୍ଗିଆ ଅଞ୍ଚଳରୁ ପୁତୁରା ଓ ପୁତୁରା ବୋହୂଙ୍କୁ ଦେଖିବା ପାଇଁ ୨୮ ତାରିଖରେ ଦାରିଙ୍ଗବାଡ଼ି ଚାଲି ଆସିଥିଲେ । ତାଙ୍କ ଘରେ ରାତିରେ ରହିଥିଲେ । ସମସ୍ତେ ଖାଇ ପିଇ ଶୋଇ ପଡ଼ିଥିଲେ ମଧ୍ୟ ଅତିଥି ଭାବେ ଆସିଥିବା ବୃଦ୍ଧାଙ୍କ ସୁନା ଗହଣା ଉପରେ ନଜର ରଖିଥିବା ପୁତୁରା ଓ ପୁତୁରା ବୋହୂ ବୃଦ୍ଧା ଶୋଇ ପଡ଼ିବା ପରେ ଚୋରି କରି ନେଇଥିଲେ । ବୃଦ୍ଧା ଜଣକ ସକାଳୁ ନିଜେ ପିନ୍ଧିଥିବା ସୁନା ଗହଣା ନ ଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଭିଯୁକ୍ତ ମାନେ ମାନି ଯାଇଥିଲେ ବୋଲି ପୋଲିସ ପ୍ରକାଶ କରିଛି । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ଦେବଶିଳ୍ପୀ ଶ୍ରୀ ବିଶ୍ୱକର୍ମାଙ୍କ ଜନ୍ମୋତ୍ସବ by Proprietor Abhimanyu Maharana September 17, 2026 ପଶ୍ଚିମ ଓଡ଼ିଶାରେ ସୌର ଶକ୍ତିର ପ୍ରସାର ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ‘ସୋଲାର ରଥ’ର ଶୁଭାରମ୍ଭ କଲେ ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ by Proprietor Abhimanyu Maharana September 17, 2026 Hon’ble MP Dharmendra Pradhan Flags Off TPWODL’s ‘Solar Rath’ to Accelerate Rooftop Solar Adoption in Western Odisha by Proprietor Abhimanyu Maharana September 17, 2026 ପଦ୍ମଶ୍ରୀ ଚଳଚ୍ଚିତ୍ର ନିର୍ମାତା ଡ. ନୀଳମାଧବ ପଣ୍ଡା କେନ୍ଦ୍ରୀୟ ଫିଲ୍ମ ପ୍ରମାଣୀକରଣ ବୋର୍ଡ (ସିବିଏଫସି)ର ସଦସ୍ୟ ନିଯୁକ୍ତ by Proprietor Abhimanyu Maharana September 17, 2026 Padma Shri Filmmaker Dr.Nila Madhab Panda Appointed Member of Central Board of Film Certification (CBFC) by Proprietor Abhimanyu Maharana September 17, 2026 ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି ୨୦୨୩ ରେ ଆରମ୍ଭ ହୋଇଥିବା ଏହି ବହୁସ୍ତରୀୟ ପଦକ୍ଷେପ ୫୦୦୦ ରୁ ଅଧିକ ଗ୍ରାମବାସୀଙ୍କୁ ସିଧାସଳଖ ଉପକୃତ କରିଛି by Proprietor Abhimanyu Maharana September 17, 2026