ବିରିଡିରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ

୩୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :->  ବିରିଡି ବ୍ଲକ ଅନ୍ତର୍ଗତ ବାଇଶି ମୌଜା ମଙ୍ଗୁଲି ମଧୁବାବା ଙ୍କ ମଠ, କମଳପୁର ଓ ନୂଆପାରୀ ରେ ମା ‘ ଶ୍ୟାମାକାଳୀ ଙ୍କର ପୂଜା ଅର୍ଚନା ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ସ୍ଥାନୀୟ ଜନସାଧାରଣ ସେଠାରେ ଉପସ୍ଥିତ ରହି ମା ‘ ଙ୍କ ପୂଜା ଅର୍ଚନା କରିଥିଲେ l ଦିବସ ସାରା ପୀଠରେ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା l

ଏହି ପୂଜା ଦେଖିବା ଲାଗି ଶ୍ରଦ୍ଧାଳୁ, ଭକ୍ତ ଓ ଜନସାଧାରଣ ଙ୍କ ଭିଡ ଲାଗିଥିଲା l ସେହିପରି ସନ୍ଧ୍ୟାରେ ଘରେ ଘରେ ଆଲୋକର ପର୍ବ ଦୀପାବଳି ଅନୁଷ୍ଠିତ ହୋଇଥିଲା l ବଡ ବଡୁଆଙ୍କୁ ଆବାହନ କରିବା ସହ ଶ୍ରାଦ୍ଧ ପକାଯାଇ କାଉଁରିଆ କାଠିରେ ବଡ଼ବଡ଼ୁଆ ଡକାଯାଇଥିଲା l ଘର ଓ ବାହାରେ ଦୀପରେ ସଜାଯାଇ ବାଣ ଫୁଟାଯାଇ ଥିଲା l

Exit mobile version