Home ଓଡ଼ିଶା ଜିନ୍ଦଲ କାରଖାନାରକୁ ପ୍ରଦୂଷଣ ବିଭାଗ ର କାରଣଦର୍ଶାଅ ନୋଟିସ, କେତେ ହେଉଛି କାର୍ଯ୍ୟକାରୀ ? by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପ୍ରଦୂଷଣ ଯନ୍ତାରେ କଳିଙ୍ଗନଗରବାସୀ ଛଟପଟ ପ୍ରଦୂଷଣ ଯନ୍ତାରେ କଳିଙ୍ଗନଗରବାସୀ ଛଟପଟ ହେଉଥିବା ବେଳ ଏବେ କାରଖାନା ପାଇଁ ଶିଳ୍ପପତିମାନଙ୍କ ଲମ୍ବା ଧାଡ଼ି ଲାଗିଛି । ଏପଟେ ଜନ ଶୁଣାଣି ପାଇଁ ନାନା ବିଭ୍ରାନ୍ତିକର ତଥ୍ୟ ଦିଆଯାଉଛି । ଏହାକୁ ନେଇ ବଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ୩୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳିଙ୍ଗନଗର :-> କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଜିନ୍ଦଲ କାରଖାନା କୁ ମାତ୍ରାଧିକ ବାୟୁ ଜଳ ପ୍ରଦୂଷଣ କରୁଥିବା ପାଇଁ ପ୍ରଦୂଷଣ ବିଭାଗ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି,କଳିଙ୍ଗ ନଗର ଶିଳ୍ପ ରାଜଧାନୀ ରେ ୧୫ରୁ ଉର୍ଦ୍ଧ କାରଖାନା ସ୍ଥାପିତ ହୋଇଛି । ଦିନ କୁ ଦିନ କଳିଙ୍ଗ ନଗର ଅଞ୍ଚଳରେ ବାୟୁ,ଜଳ ପ୍ରଦୂଷଣ ବଢି ଚାଲିଛି ଯାହା ଫଳରେ କାରଖାନା ଚାରିପାଖରେ ଥିବା ଜନସାଧାରଣ ବିଭିନ୍ନ ରୋଗର ଶିକାର ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି । ଯାହା କୁ ନେଇ ନୂତନ ଆଞ୍ଚଳିକ ପ୍ରଦୂଷଣ ବିଭାଗ ର ମୁଖ୍ୟ ନିଜର କାର୍ଯ୍ୟଦକ୍ଷତା ବଳରେ କଳିଙ୍ଗନଗର ରେ ଥିବା ଏକାଧିକ କାରଖାନା କୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ବହୁ ସମୟରେ ପରିଦର୍ଶନ କଲା ପରେ ଏବେ କାରଣଦର୍ଶାଅ ନୋଟିସ ପଠାଉଛନ୍ତି । ସୂଚନା ମୁତାବକ ଚିଠି ସଂଖ୍ୟା ୧୭୧୮୬ ଆଇଏନଡି ଆଇ କେନ୍ ୫୨୮୭ ତା ୨୫.୧୦.୨୪ ରେ ଜିନ୍ଦଲ କାରଖାନାରକୁ ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବା ପାଇଁ କାରଖାନା କୁ ନୋଟିସ ଦିଆଯାଇଛି, ଯଦି କୌଣସି ସନ୍ତୋଷ ଜନକ ଉତ୍ତର ନ ଦିଆ ଯାଏ ତେବେ କାରଖାନା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ର ସଚିବ,ଗତ ୮.୦୯.୨୩ ର ରିପୋର୍ଟ ଆଧାରରେ ଗୋଟିଏ ଚିଠି କରିଥିଲେ ଚିଠି ସଂଖ୍ୟା ୧୬୩୮୧ ଥିବା ରିପୋର୍ଟ ଦେଇଥିବା ବେଳେ ଗତ ୨୬.୦୯.୨୪ରେ ଆଞ୍ଚଳିକ ପ୍ରଦୂଷଣ ବିଭାଗ ର ପରିଦର୍ଶନ ସମୟରେ ଜିନ୍ଦଲ ଗେଟ୍ ନମ୍ବର ୩ର ନିକଟସ୍ଥ ଗଳାବାଟ ରେ ଛାଡୁଥିବା ଜଳ ନମୁନା ସଂଗ୍ରହ କରିଥିଲେ ପ୍ରଦୂଷଣ ବିଭାଗ ର କର୍ମକର୍ତ୍ତା ଯାହା କି ପରିବେଶ ପାଇଁ କ୍ଷତିକାରକ ହୋଇଥିବା ଯୋଗୁଁ ଅଧିକାରୀ ଙ୍କ ରିପୋର୍ଟ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ର ସଚିବ ଏପରି ନିର୍ଦ୍ଦେଶ ଜାରି କରିଛନ୍ତି । ତେଣୁ ଆଗକୁ ଦେଖିବାକୁ ବାକି ରହିଲା କି ର ଜିନ୍ଦଲ କାରଖାନାର ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପାରଳାଖେମୁଣ୍ଡି ଉପକଣ୍ଠ ଦେବିତୀ ଗ୍ରାମ ନିକଟରେ ଜୟମାତାଦି କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ ୧୨ ଲକ୍ଷ ଟଙ୍କା ଜବତ ୭୦ ଗିରଫ by Proprietor Abhimanyu Maharana October 13, 2026 EESL AND THERMOGREEN COOL JOIN HANDS TO ADVANCE PASSIVE COOLING AND COOL-ROOF SOLUTIONS FOR A CLIMATE-RESILIENT INDIA by Proprietor Abhimanyu Maharana October 13, 2026 ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର by Proprietor Abhimanyu Maharana October 13, 2026 ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ - ମୋହନା by Proprietor Abhimanyu Maharana October 13, 2026 ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ… by Proprietor Abhimanyu Maharana October 13, 2026 ମୋହନାରେ ସ୍ୱଚ୍ଛ ଭାରତ ଅଭିଯାନ, ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଦାବି by Proprietor Abhimanyu Maharana October 13, 2026