୩୧ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଯମୁନା ବାରାହା ଶିକାର କରିଛି । ସଫ୍ଟ ଏନକ୍ଲୋଜର ମଧ୍ୟରେ ବୁଧବାର ରାତିରେ ଏକ ବାରାହା ଛଡା ଯାଇଥିବା ବେଳେ ସେ ତାହାକୁ ଶିକାର କରିଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗୀନେନିଙ୍କ ଠାରୁ ସୂଚନା ମିଳିଛି ।
