୧୬ନମ୍ବର ଜାତୀୟ ରାଜପଥ ମଳିପଡା ପେଟ୍ରୋଲ ପମ୍ପ ନିକଟରେ : ମୋଟର ସାଇକେଲ କୁ ପିଟିଲା ଟ୍ରକ ଘଟଣା ସ୍ଥଳରେ – ମୋଟର ସାଇକେଲ ଆରୋହୀ ଯୁବକଙ୍କ ମୃତ୍ୟୁ

ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା  :-> ୧୬ନମ୍ବର ଜାତୀୟ ରାଜପଥ ମଳିପଡା ପେଟ୍ରୋଲ ପମ୍ପ ନିକଟରେ ମୋଟର ସାଇକେଲ କୁ ପିଟିଲା ଟ୍ରକ ଘଟଣା ସ୍ଥଳରେ ମୋଟର ସାଇକେଲ ଆରୋହୀ ଯୁବକଙ୍କ ମୃତ୍ୟୁ । ମୃତକ ଜଣଙ୍କ ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରୀଆ ଗ୍ରାମର ପ୍ରଣବ ପ୍ରଧାନ ୨୫ବର୍ଷ । ପ୍ରଣବ ଓ ତାଙ୍କ ର ଜଣେ ସାଗଂ ବୁଲେଟ ମୋଟର ସାଇକେଲ ରେ ଯାଉଥିବା ବେଳେ ୧୬ନମ୍ବର ଜାତୀୟ ରାଜପଥ ମଳିପଡା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା ।

ବୁଲେଟ ମୋଟର ସାଇକେଲ ସହିତ ଟ୍ରକ ଧକ୍କା ଦେଇଥିବା । ଘଟଣା ସ୍ଥଳରେ ପ୍ରଣବର ମୃତ୍ୟୁ ଘଟି ଥିବା ବେଳେ ଗାଡି ପଛରେ ବସିଥିବା ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୦୮ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡ଼ିକାଲ କୁ ପଠାଇ ଗାଡି ଜବତ କରି ତଦନ୍ତ ଜାରି ରଖିଛି ।

Exit mobile version