Home ଓଡ଼ିଶା ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ରେସନକାର୍ଡରୁ ନାମ ବାଦ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଙ୍କ ନିର୍ଦ୍ଦେଶ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ରେସନକାର୍ଡରୁ ନାମ କାଟି ଦେଇଥିବା ବାଙ୍କୀ ବ୍ଲକ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସଂପୃକ୍ତ ମହିଳା । ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ରମେଶ ଖଟୁଆଙ୍କ ପତ୍ନୀ ଅଶାନ୍ତି ଖଟୁଆ (୫୫) ବର୍ଷଙ୍କ ନାମ ରାସନକାର୍ଡରୁ ଗତ ଫେବୃୟାରୀ ମାସରେ କଟି ଯାଇଥିଲେ ମଧ୍ୟ ଅଶାନ୍ତି ଜାଣି ନଥିଲେ । କୌଣସି ସୂତ୍ରରୁ ଖବର ପାଇ ଘଟଣା ସଂପର୍କରେ ଅଶାନ୍ତି ସୁବର୍ଣ୍ଣପୁର ସେବାସମବାୟ ସମିତିରେ ପଚାରିବାରୁ ତାଙ୍କ ନାମ କଟିଯାଇଥିବା ସେ ଜାଣିଲେ । ଏ ସଂପର୍କରେ ବାଙ୍କୀ ଯୋଗାଣ ବିଭାଗରେ ଅଶାନ୍ତି ପଚାରିବାରୁ ଜାଣିଲେ ଯେ ସୁବର୍ଣ୍ଣପୁର ସେବାସମବାୟ ସମିତି ପକ୍ଷରୁ ମୃତ ବୋଲି ଦର୍ଶାଇ ତୁମ ନାମ କାଟିବାକୁ ଲିଖିତ ଭାବେ ଦେବା ପରେ କଟାଯାଇଛି । ରାସନକାର୍ଡ ଧାରୀ ଅଶାନ୍ତି ରାଉତ ଜୀବିତ ଥିବା ବେଳେ ଅଶାନ୍ତି ରାଉତଙ୍କୁ କାଗଚପତ୍ରରେ କିପରି ମୃତ ଘୋଷଣା କରାଯାଇଥିଲା ତାହା ଆଶ୍ଚର୍ଯ୍ୟଜନକ ବିଷୟ ହୋଇପଡିଛି । ଏଭଳି ଘଟଣାର ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅଶାନ୍ତି ବାଙ୍କୀ ବ୍ଲକ ବିଡିଓ ଅଂଶୁମାନ ଦାସଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ବିଡିଓ ଶ୍ରୀ ଦାସ ଏହି ଘଟଣାରେ ଆଶ୍ଚର୍ଯ୍ୟ ହେବା ସହିତ ଘଟଣାର ତଦନ୍ତ ନିମନ୍ତେ ବାଙ୍କୀ ସାଧାରଣ ବଣ୍ଟନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ତଦନ୍ତ କରାଯାଇ ସେବା ସମବୟ ସମିତିର ସଂପୃକ୍ତ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରାଯାଇଛି । Categories: ଓଡ଼ିଶା, କଟକ, ହୋମ୍ Related Content ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026 ଗୌଡ଼ବାଡ଼ ସାହିରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ by Proprietor Abhimanyu Maharana June 20, 2026 ପୁରୀ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ରେ ସାମିଲ ହେଲେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ by Proprietor Abhimanyu Maharana June 20, 2026 ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା by Proprietor Abhimanyu Maharana June 20, 2026 Malabar Gold & Diamonds Unveils 'Nuwa', a Natural Diamond Collection Inspired by Nature's Finest Creations by Proprietor Abhimanyu Maharana June 20, 2026 ଘରୁ ଡାକି ନେଇ ଯୁବକଙ୍କୁ ପିଟି ପିଟି ନିର୍ମମ ହତ୍ୟା : ଗିରଫ ଦାବୀରେ ରାସ୍ତା ଅବରୋଧ by Proprietor Abhimanyu Maharana June 20, 2026