Home ଓଡ଼ିଶା ନବୀନ ସରକାର ଗଲା ପରେ ଆନ୍ଧ୍ରରେ କାମରେ ଆସୁନି ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜରୁରୀ ଚିକିତ୍ସା ନ ପାଇ ରୋଗି ହନ୍ତସନ୍ତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଓଡିଶାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ଼ ଆନ୍ଧ୍ରର ଘରୋଇ ଡାକ୍ତରଖାନାରେ କାମରେ ଆସିନଥିବା ଅଭିଯୋଗ ହୋଇଛି. ପୀଡିତଙ୍କ ପରିବାର ପକ୍ଷରୁ ଆନ୍ଧ୍ର ପ୍ରଦେଶରେ ଅର୍ଥାଭାବ ଯୋଗୁଁ ଗୁରୁତର ରୋଗୀଙ୍କୁ ଧରି ମେଡିକାଲରୁ ମେଡିକାଲକୁ ଘୁରି ବୁଲୁଛନ୍ତି ପରିବାର ବର୍ଗ । ଡାକ୍ତରଖାନା କର୍ତ୍ତୃପକ୍ଷ କହୁଛନ୍ତି ଟଙ୍କା ଜମା ଦେଲେ ଚିକିତ୍ସା ହେବ ନ ହେଲେ ଚିକିତ୍ସା ହେବ ନାହିଁ. ମାଗଣା ଚିକିତ୍ସା ଆଶାରେ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଓ ବିଶାଖାପାଟଣା ସହରକୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପୀଡ଼ିତ ପରିବାର । ଏହିପରି ଦେଖିବାକୁ ମିଳୁଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ମାଝି ସାହିର ଜଣେ ନିର୍ମାଣ ଶ୍ରମିକ ଦିବାକର ପାଇକ (୪୫) ଙ୍କ ପରିବାରରେ । ଶନିବାର କାଠ କଟା ମେସିନରେ କାଠ କାଟୁଥିବା ବେଳେ ଦିବାକରଙ୍କ ଡାହାଣ ହାତରେ କଟି ଗୁରୁତର ଆହତ ହୋଇଥିଲେ । ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା. ସେଠାରେ ବିଜୁ ସ୍ବାସ୍ଥ୍ୟ କାର୍ଡ଼ କାର୍ଯ୍ୟ କରିବନି. ଚିକିତ୍ସା ପାଇଁ ଟଙ୍କା ଜମା ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା ଗରିବ ପରିବାରବର୍ଗ ନିରାଶ ହୋଇ ମାଗଣା ଚିକିତ୍ସା ହେବା ଆଶାରେ ରବିବାର ଦିନ ବିଶାଖାପାଟଣାସ୍ଥିତ ଅନ୍ୟ ଏକ ଘରୋଇ ମେଡିକାଲକୁ ନେଇଥିଲେ. ହେଲେ ଦିବାକରଙ୍କ ସର୍ଜରୀ ନିହାତି ଆବଶ୍ୟକ ଥିବାରୁ ସେଠାରେ ମଧ୍ୟ ସ୍ବାସ୍ଥ୍ୟକାର୍ଡ଼ରେ ମାଗଣା ଚିକିତ୍ସା ହୋଇପାରିବନି ବୋଲି କୁହାଯିବା ସହ ଏଥିପାଇଁ ଲକ୍ଷାଧିକ ଟଙ୍କା ଦରକାର ଥିବା ଡାକ୍ତର କହିଥିଲେ। । ଚିନ୍ତାରେ ପରିବାର ଲୋକେ ଉପାୟଶୂନ୍ୟ ହୋଇ ପରିବାର ପ୍ରଶାସନ ଓ ଗ୍ରାମବାସୀଙ୍କ ସହାୟତା ଲୋଡିଥିଲେ । ଗ୍ରାମବାସୀ କିଛି ଟଙ୍କା ସାହାର୍ଯ୍ୟ କରିଥିବାବେଳେ ଆଉ କିଛି ଟଙ୍କା ଧାର କରି ସଂଗ୍ରହ କରିବା ପରେ ସମ୍ପକ୍ତ ଗୁରୁତର ବ୍ୟକ୍ତିଙ୍କ ଚିକିତ୍ସା ଆନ୍ଧ୍ର ପ୍ରଦେଶ ମେଡିକାଲରେ ହୋଇଥିଲା. ଏଠାରେ ଉଲ୍ଲେଖଯୋଗ୍ୟଯେ ଗରିବ ଲୋକଙ୍କ ଜରୁରୀ ସ୍ୱାସ୍ଥ୍ୟସେବା ପାଇଁ ଗତ ନବୀନ ସରକାର ଦେଇଥିବା ବିଜୁ ସ୍ୱାସ୍ଥ୍ୟ କାର୍ଡ କାହିଁକି କାମ କରୁନାହିଁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁବାରକ ଅଲ୍ଲୀଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ପଚାରିବାରେ ସେ କହିଛନ୍ତି ଯେ କାର୍ଡ଼ ବନ୍ଦ ହୋଇନାହିଁ । ଆନ୍ଧ୍ରରେ କାହିଁକି କାର୍ଡକୁ ବ୍ୟବହାର କରି ରୋଗୀଙ୍କୁ ସାହାର୍ଯ୍ୟ ଦିଆଗଲାନାହିଁ ସେ ନେଇ ଏହାର ତଦନ୍ତ କରାଯିବ. Categories: ଓଡ଼ିଶା, ଗଜପତି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026