ଆକ୍ସନ୍ ମୋଡ୍ ରେ ବନାଂଚଳ ଅଧିକାରୀ : ଦଶପଲ୍ଲା ବନାଞ୍ଚଳ ପାଇଁ ତିନି ବନପାଳଙ୍କୁ ନିଯୁକ୍ତି

୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଦଶପଲ୍ଲା ବନାଂଚଳ ରେ ହେଉଥିବା ଅବାଧ ବନ୍ୟପ୍ରାଣୀ ଶିକାର ଓ ଶୀକାରୀ କଂ ଉପରେ ରୋକ୍ ଲଗାଇବାପାଇଁ ତତ୍ପର ହେଲେ ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ । ପ୍ରଶିକ୍ଷଣ ନେଇ ଫେରିବା ପରେ ଦଶପଲ୍ଲା ବନାଞ୍ଚଳରେ ଖାଲି ପଡ଼ିଥିବା ପଦବିରେ ବନପାଳଙ୍କୁ ନିଯୁକ୍ତି ଦିଆଯାଇଛି । ନିର୍ଦ୍ଦେଶାନାମା ମୁତାବକ, ଦଶପଲ୍ଲା ବନାଞ୍ଚଳର ବନପାଳ ରାକେଶ କୁମାର ସାହୁଙ୍କୁ ଟାକେରା ସେକ୍ସନ ର ତଦାରଖ ଦାୟିତ୍ବ ଦିଆଯାଇଛି ।

ସେଠାରେ ଥିବା ରମେଶ ମଲ୍ଲିକ ଯେହେତୁ ତାଙ୍କଠାରୁ କନିଷ୍ଠ, ସେଥିପାଇଁ ସେ ରାକେଶଙ୍କୁ ସମସ୍ତ ଘଟଣା ଅବଗତ କରାଇବେ । ସେଠାରେ ସମସ୍ତ ବିଭାଗୀୟ ନିର୍ମାଣ କାର୍ଯ୍ୟର ଏହି ଦୁଇ ଜଣ ତଦାରଖ କରିବେ ବୋଲି ଜଣାପଡ଼ିଛି । ପ୍ରକାଶ ଥାଉକି , ଟାକରା ସେକ୍ସନ ଏକ ବଡ଼ ଓ ସମ୍ବେଦନଶୀଳ ସେକ୍ସନ ହୋଇଥିବାରୁ , ଏହି ସେକ୍ସନ ରେ ଦୁଇଜଣ ବନପାଳ କୁଂ ନିଯୁକ୍ତି ଦିଆଯାଇଥିବା ଅନୁମାନ କରାଯାଉଛି ।

ଅତିତରେ ଏହି ଟାକରା ସେକ୍ସନ ରେ ସେକ୍ସନ ରେ ୩ ଗୋଟି ହାତୀ ମୃତ୍ୟୁ ହୋଇଥିବାବେଳେ , ପ୍ରତିଦିନ ଏହି ସେକ୍ସନ ରେ ଅବାଧ ବନ୍ୟପ୍ରାଣୀ ଶିକାର ହୋଇଥାଏ । ଏହାସହ ବନପାଳ ସନ୍ଧ୍ୟାରାଣୀ ନାୟକ ସାକିନି ବନାଞ୍ଚଳ ଦାୟିତ୍ବ ଦିଆଯାଇଛି । ବନପାଳ ବବୁଲ ସାହୁଙ୍କୁ ଡିଭିଜନ କାର୍ଯ୍ୟାଳୟରେ ଏନ୍‌ଫୋର୍ସମେଣ୍ଟ (ମୋବାଇଲ) ଦାୟିତ୍ବ ଦିଆଯାଇଛି ।

Exit mobile version