ଉଦଘାଟିତ ହେଲା ନୂତନ ଶ୍ରେଣୀଗୃହ : ଫୁଟିଲା ଛାତ୍ର ଛାତ୍ରୀଙ୍କ ମୁହଁରେ ହସ

୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ଗ୍ରାମ ପଞ୍ଚାୟତ ଖାଲମଡା ଗ୍ରାମରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ନୂତନ ଶ୍ରେଣୀଗୃହ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟକ ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ନୂତନ ଶ୍ରେଣୀଗୃହ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ,ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,

ଗ୍ରାମ ସଭାପତି ଅଲେଖ ସିଠ,ସମାଜ ସେବୀ ତ୍ରିଲୋଚନ ପରିଡ଼ା,ଦାଶରଥି ପ୍ରଧାନ,ପୂର୍ବତନ ହାଡିବନ୍ଧୁ ସାମନ୍ତରାୟ, ୱାର୍ଡ ସଭ୍ୟା ମଞ୍ଜୁଲତା ପରିଡ଼ା,ପୁଷ୍ପାଞ୍ଜଳି ସାହୁ ,ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ବାଇଁ,ବିଦ୍ୟାଳୟ ପରିଚାଳନା କମିଟି ର ଭାଇସ ଚେୟାରପର୍ସନ ପ୍ରମିଳା ନାୟକ,ରୋଜି ପାତ୍ର, ସ୍ୱର୍ଣ୍ଣମାଳା ସାହୁ,ବିଜୟ ନାୟକ,ଭାଗବତ ପ୍ରଧାନ,ସବିତା ନାୟକ ,ଗ୍ରାମର ବରିଷ୍ଠ ବ୍ୟକ୍ତି ଅଖିଳ ଚନ୍ଦ୍ର ରଥ,ଅର୍ଜୁନ ସିଠ , ଲକ୍ଷ୍ମୀଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୪ ଜଣ ଛାତ୍ର ଛାତ୍ରୀ ପଢୁଥିବା ବେଳେ ,

ବହୁବର୍ଷ ଧରି ଶ୍ରେଣୀଗୃହ ଅଭାବ ପାଇଁ ଦୁଇ ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଗୋଟିଏ ଶ୍ରେଣୀ ଗୃହରେ ବସୁଥିଲେ । ଏପରିକି ବାରଣ୍ଡା ରେ ମଧ୍ୟ ପାଠପଢା ହେଉଥିଲା । ଯାହାଫଳରେ ପାଠ ପଢିବା ପାଇଁ ଅସୁବିଧା ହେଉଥିଲା । ତଥାପି ଶିକ୍ଷକ ମାନଙ୍କ ଉଚ୍ଚ କୋଟୀର ଶିକ୍ଷାଦାନ ଯୋଗୁଁ ପ୍ରତିବର୍ଷ ତୃତୀୟ ଏବଂ ପଞ୍ଚମ ବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ କୃତିତ୍ୱ ଅର୍ଜନ କରୁଛନ୍ତି । ବିଦ୍ୟାଳୟର ଶ୍ରେଣୀଗୃହ ସମସ୍ୟା ନେଇ ଅଭିଭାବକ ଏବଂ ଗ୍ରାମବାସୀ ଦଶପଲ୍ଲା ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟା ସରପଞ୍ଚ ଓ ସମିତି ସଭ୍ୟାଙ୍କ ସହଯୋଗ ରେ ବିଦ୍ୟାଳୟରେ ଦୁଇ ବଖରା ବିଶିଷ୍ଟ ନୂତନ ଶ୍ରେଣୀଗୃହ ପୂର୍ଣ୍ଣାଙ୍ଗ ହୋଇପାରିଛି । ଆଜି ଶ୍ରେଣୀଗୃହ ଉଦଘାଟନ ହେବାପରେ ଛାତ୍ର ଛାତ୍ରୀ,ଅଭିଭାବକ,ଗ୍ରାମବାସୀ ଙ୍କ ମୁହଁରେ ଖୁସିର ଲହରୀ ଖେଳିଯାଇଛି ।

Exit mobile version