ଛଅଟି ସଂସ୍ଥା ପକ୍ଷରୁ ମୋଟ୍ ୭୧ ଲକ୍ଷ ଟଙ୍କା ପ୍ରଦାନ
୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ବାତ୍ୟା ‘ଦାନା’ କ୍ଷତିଗ୍ରସ୍ତଙ୍କ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଲୋକସେବା ଭବନ ଠାରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି । ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ସେମାନଙ୍କ ଠାରୁ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟ ଯେ କେଏମ୍ଭି ପ୍ରୋଜେକ୍ଟ ଲିମିଟେଡେ ପକ୍ଷରୁ ୫୦ଲକ୍ଷ ଟଙ୍କା, ବିଜ୍ଞାନ ଭାରତୀ ଚାରି ଟେବୁଲ ଟ୍ରଷ୍ଟ ପକ୍ଷରୁ ୧୦ଲକ୍ଷ ଟଙ୍କା,
