Home ଓଡ଼ିଶା ବିଜେପି କୁ ଧୋଇଲେ ରୁଦ୍ର ପ୍ରତାପ ମହାରଥୀ କହିଲେ ୫ ମାସ ଭିତରେ କରିଛ କ’ଣ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପିପିଲି ଏନସିସି ପକ୍ଷରୁ ଏକ ଜନ ସଂପର୍କ ପଦଯାତ୍ରା କରାଯାଇଥିଲା । ଏହି ପଦଯାତ୍ରା ଟି ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ନେତୃତ୍ୱରେ ଏକ ବିଶାଳ ପଦଯାତ୍ରା ହାଇସ୍କୁଲ ଠାରୁ ଆରମ୍ଭ ହୋଇ ପିପିଲି ପାର୍ଟି ଅଫିସ୍ ପର୍ଯ୍ୟନ୍ତ ଯାଇଥିଲା । ଏହି ପଦଯାତ୍ରା ମାଧ୍ୟମରେ ସାଧାରଣ ଲୋକମାନଙ୍କ ର ସମସ୍ୟା ସଂପର୍କରେ ବୁଝିବା ସହିତ ଶାସକ ଦଳ ନେତାଙ୍କ ଉପରେ ଖୁବ୍ ବର୍ଷିଥିଲେ ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଏବଂ କଟାକ୍ଷ କରି କହିଥିଲେ ଯେ ଏ ବିଜେପି ସରକାର ଯାହା ବଡପା ଦେଖାଇବାକୁ ଯାଇ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା ତାହାକୁ ୧୦୦ ଦିନ ଅର୍ଥାତ୍ ତିନି ମାସରୁ ଉର୍ଦ୍ଧ୍ବ ଦିନ ଭିତରେ କରିଦେଖାବା ପାଇଁ ଯେଉଁ ଦୃଢକ୍ତି ଦେଖାଉଥିଲେ ତାହା ଆଜକୁ ୫ ମାସ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ କୌଣସି ବିକାଶ ମୂଳକ କାର୍ଯ୍ୟ ସଠିକ ଢଙ୍ଗରେ ଡେଲାଙ୍ଗ -ପିପିଲି ରେ କରାଯାଇପାରିନାହିଁ,କେବଳ ବିଜେଡ଼ି ସରକାର ର ପୂର୍ବ ଯୋଜନା କୁ ରଙ୍ଗ ମରାଯାଇ ଡେଲାଙ୍ଗ -ପିପିଲି ଅଞ୍ଚଳର ବିକାଶ ହେଉଛି ବୋଲି ମିଛ ବାହାସ୍ପଟ ମାରୁଛନ୍ତି ବିଜେପି ନେତା ଏହା କହିବା ସହ କ୍ଷୋଭ ପ୍ରକାଶ କରିଥିଲେ ରୁଦ୍ର ପ୍ରତାପ ମହାରଥୀ । ନୂତନ ସରକାର ର ନିର୍ବାଚନ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେ କେତେ ପୂରଣ କରିଛନ୍ତି ବୋଲି ସେ କଡ଼ା ସମାଲୋଚନା କରିବା ସହିତ ପ୍ରଶ୍ନ କରିଛନ୍ତି ବିଜେପି ସରକାରକୁ। ମହିଳା ମାନଙ୍କୁ ଠକିଛି ଏ ସରକାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛି ଏ ମିଛୁଆ ସରକାର। ଶୁଭଦ୍ରା ଯୋଜନାରେ ସମସ୍ତଙ୍କୁ ପ୍ରତ୍ୟେକ ମହିଳା ମାନଙ୍କୁ ୫୦୦୦୦ ଟଙ୍କାର ଭାଉଚର ଦେବେ ବୋଲି କହିଥିଲେ ତାଙ୍କ ନେତା କୁହନ୍ତୁ ଡେଲାଙ୍ଗ -ପିପିଲି ଅଞ୍ଚଳର କେତେଜଣ ମହିଳା ମା ମାନେ ଏହି ଶୁଭଦ୍ରା ଯୋଜନା ପାଇଛନ୍ତି ଏହା ତାଙ୍କର ଶସ୍ତା ରାଜନୀତି ବୋଲି କହିଥିଲେ ରୁଦ୍ର। ଏହି ପଦଯାତ୍ରା ପିପିଲି ଏନସିସି ର ହାଟଛକ ରୁ ପିପିଲି ବିଜେଡ଼ି ପାର୍ଟି ଅଫିସ୍ ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି ସହିତ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଧରଣୀଧର ସାହୁ, ଏନସିସି ଅଧ୍ୟକ୍ଷ ସେକ୍ ବାବୁ, ବ୍ଲକ୍ ଅଧ୍ୟକ୍ଷା ଦେବସ୍ଵନୀ ନନ୍ଦଙ୍କ ସହ ବହୁ ନେତୃବୃନ୍ଦ ଓ ଶତାଧିକ ବିଜେଡ଼ି କର୍ମୀ ମାନେ ଏହି ଜନ ସଂପର୍କ ପଦଯାତ୍ରା ରେ ସାମିଲ ହୋଇଥିଲେ। Categories: ଓଡ଼ିଶା, ପୁରୀ, ରାଜନୀତି, ହୋମ୍ Related Content ପ୍ରାଚୀ ମୁଲକ୍ ତୈଳ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ବୈଠକ by Proprietor Abhimanyu Maharana October 8, 2026 ପୋଲିସ ବାହିନୀର ୭୧ତମ ରାଜ୍ୟସ୍ତରୀୟ ବୃତ୍ତିଗତ ଦକ୍ଷତା ପ୍ରତିଯୋଗିତା ଉଦ୍ଘାଟିତ by Proprietor Abhimanyu Maharana October 8, 2026 ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି : ଚୋରି ସୁନା ବିକ୍ରି କରି କିଣିଥିଲେ ଟ୍ରାକ୍ଟର, ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana October 8, 2026 ଗୋଳିଆ ପାଣି ଭରସାରେ ବେତବାଡ଼ିବାସୀ : ଏକମାତ୍ର ନଳକୂପରୁ ମିଳୁନି ସ୍ୱଚ୍ଛ ଜଳ, ରୋଗ ବଢ଼ୁଥିବା ଅଭିଯୋଗ by Proprietor Abhimanyu Maharana October 8, 2026 କଲଭର୍ଟ ରାସ୍ତାରେ ବୃହତ୍ ଗର୍ତ୍ତ : ବିପଦରେ ଶହ ଶହ ଛାତ୍ରଛାତ୍ରୀ - ୫ ଲକ୍ଷ ଟଙ୍କାର ଉନ୍ନତିକରଣ ପରେ ଅଳ୍ପଦିନରେ ବେହାଲ; ନିର୍ମାଣ ମାନକୁ ନେଇ ପ୍ରଶ୍ନ by Proprietor Abhimanyu Maharana October 8, 2026 ବାରଖମା ହାତେ ଏକ ଦିବସୀୟ କବାଡି ଟ୍ରଫି : ଫାଇନାଲ ରେ ଚାମ୍ପିଅନ୍ ହେଲା ସ୍ପୋର୍ଟ୍ସ କ୍ଲବ ବାରଖମା by Proprietor Abhimanyu Maharana October 8, 2026