Home ଓଡ଼ିଶା ତୁଷ୍ଟିକରଣ ନୀତିକୁ ଦୃଢ଼ ବିରୋଧ : କୋରମ ଅଭାବ ସତ୍ତ୍ୱେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଦୀପାବଳୀ ଉତ୍ସବ ପାଳନ ଅବ୍ୟହତି ପୂର୍ବରୁ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ବୁଧବାର ୯ମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୁତି ରଞ୍ଜନ ଦେଓଙ୍କ ସଂଯୋଜନାରେ ସମିତି ସଭାକକ୍ଷ ପରିସରରେ ଆୟୋଜିତ ବୈଠକରେ ଅଧ୍ୟକ୍ଷା ସରସ୍ଵତୀ ସେଠୀ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ହିଞ୍ଜିଳି ବିଧାୟକଙ୍କ ମନୋନୀତ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ତହସିଲଦାର ଭିକାରୀ ସାହୁ ଓ ଉପାଧ୍ୟକ୍ଷ ସୁନୀଲ ଗନ୍ତାୟତ ପ୍ରମୁଖ ମଞ୍ଚସିନ ଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ପ୍ରଧାନ ସ୍ୱାଗତ ସମ୍ଭାଷଣ ପରେ ଗ୍ରାମ ପଞ୍ଚାୟତ ଅଧିକାରୀ ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ। ବ୍ଲକ ପ୍ରଶାସନ ତରଫରୁ ଜନ ପ୍ରତିନିଧି ମାନଙ୍କୁ ପୂର୍ବ ସୂଚନା ଓ ନିର୍ଘଣ୍ଟ ଅନୁସାରେ ବୈଠକରେ ଉପସ୍ଥିତ ରହିବା ପାଇଁ ପତ୍ର ପ୍ରେରଣ କରା ଯାଇଥିଲା। କିନ୍ତୁ ୪୧ ଜଣ ଜନ ପ୍ରତିନିଧିଙ୍କ ମଧ୍ୟରୁ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ମିଶାଇ ମାତ୍ର ୧୦ ଜଣ ଜନ ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ଏକ ତୃତୀୟାଂଶ ଜନପ୍ରତିନିଧିଙ୍କ ଉପସ୍ଥିତି ରହିବା ବିଧେୟ ରହିଛି । କିନ୍ତୁ ବୈଠକରେ ଆବଶ୍ୟକତା ଠାରୁ ସ୍ୱଳ୍ପ ପ୍ରତିନିଧି ଯୋଗ ଦେଇଥିଲେ। ଫଳରେ କୋରମ ସକାଶେ ଅଭାବ ଜନିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି ଉପସ୍ଥିତ ଥିବା ପ୍ରତିନିଧିଙ୍କୁ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମିତି ବୈଠକ ଆହୁତ କରିଥିଲେ। ବୈଠକରେ ପଞ୍ଚାୟତ ଗୁଡ଼ିକ ପାଇଁ ପୁର୍ବରୁ ସ୍ଥିରୀକୃତ ହୋଇଥିବା ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ଓ ଆବଶ୍ୟକତା ସଂମ୍ପର୍କରେ ଆଲୋଚନା ହୋଇ ପଦକ୍ଷେପ ନେବାକୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରାମର୍ଶ ଦେଇଥିଲେ। ଅନ୍ୟ ପକ୍ଷରେ ଆସିକା ଲୋକସଭା ସାଂସଦଙ୍କୁ ସମିତି ବୈଠକରେ ଯୋଗ ଦେବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଅନୁରୋଧ କରା ଯାଇଥିଲା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ପ୍ରଶାସନର ଏଭଳି ତୁଷ୍ଟିକରଣ ନୀତିକୁ ନାପସନ୍ଦ କରି ସଂଖ୍ୟାଧିକ ବିଜେଡ଼ି ସମର୍ଥିତ ଜନ ପ୍ରତିନିଧି ବୈଠକରେ ଯୋଗ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥିବା ଶୁଣିବାକୁ ମିଳିଛି। ଫଳରେ ୨ ଜଣ ଜିଲ୍ଲା ପରିଷଦ ପ୍ରତିନିଧିଙ୍କ ସମେତ ୩୧ ଜଣ ଜନ ପ୍ରତିନିଧି ବୈଠକରୁ ଦୁରେଇ ରହିଥିବା ଦେଖିବାକୁ ମିଳିଛି। କେବଳ ଜଣେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସମେତ ଶିକିରି,ଦାରୁଭଦ୍ରା, ବୁରୁପଡ଼ା ଓ ବେଲଗାଁ ସରପଞ୍ଚ ଓ ଶାସନ ଆମ୍ବଗାଁ,ଦୂର୍ବନ୍ଧ, ବେଲଗାଁ ଓ ଗଣ୍ଡଳା ସମିତି ସଭ୍ୟ ଉପସ୍ଥିତ ଥିବା ବେଳେ ବିଜେପିର କିଛି ସଭ୍ୟ ଯୋଗ ଦେଇ ଥିବା ବୈଠକରେ ଯୋଗ ଦେଇ ଥିବା ସୂଚନା ମିଳିଛି। କ୍ଷମତା କନ୍ଦଳ ସହ ରାଜନୈତିକ ତିକ୍ତତାର କିଛି ଗୋଳିଆ ଚିତ୍ର ସମିତି ବୈଠକରୁ ସ୍ପଷ୍ଟ ସଙ୍କେତ ଦେଉଛି। ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅର୍ପଣ କୁମାର ପୂଜାରୀ,ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଯୋଗାଣ ନୀରିକ୍ଷକ ପୁରଞ୍ଜୟ ସାହୁ,ସିଡିପିଓ ଗାଙ୍ଗୀ ସୁବୁଦ୍ଧି, ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ, ଡାକ୍ତର ସୁବ୍ରତ ବେହେରା, ବିପିଏମ୍ ଶଶାଙ୍କ ଶେଖର ପଣ୍ଡା, କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବିନ୍ଦୁ ସାଗର ପଣ୍ଡା,କନିଷ୍ଠ ଯନ୍ତ୍ରୀ ଆଲୋକ ନାଥ ସେଠୀ, କନିଷ୍ଠ ଯନ୍ତ୍ରୀ ଡି.ଅଶୋକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଆଜିର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ କିଛି ବିଜେପି ସଦସ୍ୟମାନେ ଅନାଧିକାର ଭାବେ ପ୍ରବେଶ କରିବା ସହ ଉପସ୍ଥିତ ରହିଥିବାରୁ ଉପସ୍ଥିତ କିଛି ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଆଗାମୀ ଦିନରେ ହିଞ୍ଜିଳି ରାଜନୀତିରେ ବିଷମ ପରିସ୍ଥିତି ସୃଷ୍ଟି ହେବା ଜଳ ଜଳ ଦେଖା ଯାଉଛି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026