୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା :-> “ଆହେ ଦୟାମୟ ବିଶ୍ଵ ବିହାରୀ ” ପ୍ରାର୍ଥନାର ରଚୟତା ପୁଣ୍ୟାତ୍ମା ରାମକୃଷ୍ଣ ନନ୍ଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଟକ ଜିଲ୍ଲା, କଣ୍ଟାପଡ଼ା ଅନ୍ତର୍ଗତ ଓଲଟପୁରସ୍ଥିତ ନିଜ ଜନ୍ମ ସ୍ଥାନ ବାଇରୋଇ ଠାରେ ଉନ୍ମଚିତ ହୋଇଯାଇଛି । ଇଂ ପ୍ରଭାତ କୁମାର ନନ୍ଦଙ୍କ ପୁଷ୍ଠ ପୋଷକତାରେ ଏବଂ ବରିଷ୍ଠ ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତୂରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ବିଭୁପ୍ରସାଦ ତରାଇ, ସ୍ଥାନୀୟ ବିଧାୟକ ଛବି ମଲ୍ଲିକ ଉପସ୍ଥିତ ରହି ପ୍ରତିମୂର୍ତ୍ତୀ ଉନ୍ମୋଚନ କରିଥିଲେ ।

