Home ଓଡ଼ିଶା ବ୍ଲକ ସ୍ତରୀୟ ଶ୍ରୀଅନ୍ନ ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଭାପୁର ବ୍ଲକ ସ୍ତରୀୟ ଶ୍ରୀଅନ୍ନ ଅଭିଯାନ ଦ୍ଵାରା ଅନୁଷ୍ଠିତ ପାରମ୍ପରିକ ଖାଦ୍ୟ ମେଳା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ବାଇଗୁଣିଆସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ରୁ ୨୮ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ଯୋଗଦେଇ ତାଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣିଥିଲେ । ସେ ବ୍ୟଞ୍ଜନ ଗୁଡ଼ିକ ନିଜ ବାଡିର କଞ୍ଚା ପନିପରିବା,ମାଣ୍ଡିଆ,ବାଜରା,ଜହ୍ନା ଆଦିରୁ ପ୍ରସ୍ତୁତ ହୋଇଥିବାବେଳେ ୭୦ ରୁ ଉର୍ଦ୍ଧ୍ବ ବ୍ୟଞ୍ଜନ ଶ୍ରୀ ଅନ୍ନ କାର୍ଯ୍ୟକ୍ରମରେ ପ୍ରଦର୍ଶନ ହୋଇଥିଲା । କାର୍ଯ୍ୟକ୍ରମରେ , ବ୍ଲକ ମାଣ୍ଡିଆ ନିଗମର କର୍ମକର୍ତ୍ତା ସସ୍ମିତା ବେହେରା,ଦୀପକ କୁମାର ସାହୁ, ଜୟଦେବ ସ୍ବାଇଁ ତଥା ପଞ୍ଚାୟତ ଜନପ୍ରତିନିଧି,ରାଜ୍ୟ କୃଷି ବିଶ୍ଵବିଦ୍ୟାଳୟର ଛାତ୍ର ,ଏ.ଓ .ଡ଼ମଣୀ ଦେଇ, ଭି.ଏ.ଡବ୍ଲୁୟୁ ଜିତେନ୍ଦ୍ର ମାଝି, ସୁପରଭାଇଜର ସନ୍ତୋସିନି ପାଣି,ମିଶନ ଶକ୍ତି ପିପିଆଇ ମସିହା କଲ , ଏଫ୍ .ପି .ଓ. ଦଣ୍ଡପାଣି ସ୍ବାଇଁ ଯୋଗଦେଇ ଖାଦ୍ୟର ମାନ,ଗୁଣବତ୍ତା ଓ ସ୍ବାଦ ପରୀକ୍ଷା କରିଥିଲେ । ଏହି ପ୍ରଦର୍ଶନୀରେ ଓମ୍ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ବୋର୍ ଗାଁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ସାଇରାମ ଓ ଜୟ ଶ୍ରୀ ରାମ ସ୍ୱୟଂ ବାଇଗୁଣିଆ ସହାୟକ ଗୋଷ୍ଠୀ କ୍ରମାନ୍ଵୟରେ ଦ୍ଵିତୀୟ ଓ ତୃତୀୟ ହୋଇ ମାନପତ୍ର ପାଇବା ସହିତ ପୁରସ୍କୃତ ହୋଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପାରଳାଖେମୁଣ୍ଡି ଉପକଣ୍ଠ ଦେବିତୀ ଗ୍ରାମ ନିକଟରେ ଜୟମାତାଦି କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ ୧୨ ଲକ୍ଷ ଟଙ୍କା ଜବତ ୭୦ ଗିରଫ by Proprietor Abhimanyu Maharana October 13, 2026 EESL AND THERMOGREEN COOL JOIN HANDS TO ADVANCE PASSIVE COOLING AND COOL-ROOF SOLUTIONS FOR A CLIMATE-RESILIENT INDIA by Proprietor Abhimanyu Maharana October 13, 2026 ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର by Proprietor Abhimanyu Maharana October 13, 2026 ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ - ମୋହନା by Proprietor Abhimanyu Maharana October 13, 2026 ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ… by Proprietor Abhimanyu Maharana October 13, 2026 ମୋହନାରେ ସ୍ୱଚ୍ଛ ଭାରତ ଅଭିଯାନ, ଅଳିଆ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ ଦାବି by Proprietor Abhimanyu Maharana October 13, 2026