କଳାକାରମାନଙ୍କୁ ନୂତନ ଭତ୍ତା ମିଳିବ କେବେ.. ?

୩୦ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଗତ ବିଜେଡି ସରକାର ତଥା ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାର , ସାହିତ୍ଯ, ସଂସ୍କୃତି , ମନ୍ଦିର ଓ କଳାକାର ମାନଙ୍କୁ ଭଲ ପାଉଥିଲେ ଏବଂ ସେମାନଙ୍କର ବିକାଶ ପାଇଁ ସଦାସର୍ବଦା ଚେଷ୍ଟା କରୁଥିଲେ । ରାଜ୍ୟର ୩୦ହଜାର ଗରୀବ, ଦୁସ୍ଥ ଓ ଅସହାୟ କଳାକାର ମାନଙ୍କର ଜୀବନ ରକ୍ଷା ତଥା ପରିବାର ଭରଣପୋଷଣ ପାଇଁ ଗତ ବିଜେଡି ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୦୦/କଳାକାର ଭତ୍ତା ଟଙ୍କା ବଣ୍ଟନ କରିବାକୁ ବିଜ୍ଞାପନ ପ୍ରକାଶ କରିଥିଲେ ।

ବର୍ତ୍ତମାନର ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ଗରୀବ ଅସହାୟ କଳାକାର ମାନଙ୍କୁ କେବେ ଚୟନ କରି ଭତ୍ତା ଟଙ୍କା ପ୍ରଦାନ କରିବେ ? ବର୍ତ୍ତମାନ ସୁଦ୍ଧା କେତେକ ବୃଦ୍ଧ/ବୃଦ୍ଧା କଳାକାର ମାନଙ୍କର ପରଲୋକ ଘଟିଲାଣି । ତେଣୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସ୍କୃତି ମନ୍ତ୍ରୀ , ଶାସନ ସଚିବ ଓ ସଂସ୍କୃତି ନିର୍ଦ୍ଦେଶକ ଏଥି ପ୍ରତି ଗୁରୁତ୍ବ ଦେଇ କଳାକାରମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରାଯାଇଛି ।

Exit mobile version