ଚାଷୀମାନଙ୍କ ଦ୍ୱାରା ତହସିଲଦାର ସମ୍ବର୍ଦ୍ଧିତ 

୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ  :-> ବୋଲଗଡ ବ୍ଳକ ଅଞ୍ଚଳରେ ଗତ୨୦୨୩-୨୪ମସିହାରେ ଖରିଫ୍ ଧାନ ଫସଲହାନି ପାଇଁ ଚାଷୀମାନଙ୍କ ଦ୍ଵାରା ବହୁବାର ଆନ୍ଦୋଳନ କରାଯାଇଥିଲା । ତହସିଲଦାର ନିବେଦିତା ପରିଡାଙ୍କ ସହଯୋଗରେ ଫସଲବୀମା କ୍ଷତିପୂରଣ ମିଳିଥିବାରୁ ତାଙ୍କୁ ଆଜି ଖୁସିରେ ଚାଷୀମାନଙ୍କ ପକ୍ଷରୁ ତହସିଲଦାରଙ୍କୁ ଫୁଲତୋଡ଼ା, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ବୋଲଗଡ ବ୍ଳକ ଅଞ୍ଚଳରେ ପ୍ରାୟ ୧୫ହଜାର ୮ଶହ ୫ହେକ୍ଟର ଜମିରେ ଧାନଚାଷ କରାଯାଇଥିଲା ।

ସେଥିରୁ ଢିପଜମି ପ୍ରାୟ ୪ହଜାର ୭ଶହ ୭୩ ହେକ୍ଟର  ହେବ ଛୋଟ ଧାନ ଚାଷ କରାଯାଇଥିଲା । ଢିପଜମି ସହ ଖାଲଜମି ମଧ୍ୟ ଧାନ ଫସଲହାନି ହୋଇଥିଲା । ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀମାନେ ଜନ ଆନ୍ଦୋଳନ କରିଥିଲେ । ବୋଲଗଡ ତହସିଲଦାରଙ୍କ ସହଯୋଗରେ ଧାନ ଫସଲ କ୍ଷୟକ୍ଷତି ଆକଳନ କରାଯାୟୀ ଚାଷୀମାନେ ଫସଲବୀମା କ୍ଷତିପୂରଣ ପାଇପାରିଛନ୍ତି । ସେହିକ୍ରମରେ ବୋଲଗଡ ବ୍ଳକର୧୨ଟି ପଞ୍ଚାୟତ ଫସଲବୀମା କ୍ଷତିପୂରଣ ପାଇପାରିଛନ୍ତି ।

ସେଗୁଡିକ ହେଲା ବଡକୁମାରୀ ,ଆରିକମା,ଗେଡିଆପଲି, ଗୋପାଳପୁର,କଡବ, ବୋଲଗଡ,ଫାସିଓଦା,କଳାଗଂ ,ଖଗୁରିଆ,ଦଳେଈସାହି, ଡାବରଧୂଆପାଟଣା,ଅସରଳାର ଚାଷୀମାନେ ଉପକୃତ ହୋଇଛନ୍ତି।ତେଣୁ ଚାଷୀମାନେ ଖୁସି ହୋଇ କୃଷକ ନେତା ପ୍ରକାଶ ଚନ୍ଦ୍ର ରାଉତରାୟଙ୍କ ନେତୃତ୍ୱରେ (ବୋଲଗଡ ବ୍ଳକ ଚାଷୀ ସଂଗଠନ)ଅର୍ଜୁନ ଜେନା, ମାଗୁଣି ଚରଣ ସ୍ବାଇଁ, ଗଗନ ବିହାରୀ ମହାନ୍ତି, ହାଲୁରୀ ମାନସିଂହ, ବାସୁଦେବ ପରିଡ଼ା,ସୁରଥ ଦଳେଇ , ଗୋବିନ୍ଦ ବେହେରା, ମହେଶ୍ୱର ବଳବନ୍ତରାୟ ଓ ଅନ୍ୟ ଚାଷୀ ମାନେ ମିଳିତ ହୋଇ ବୋଲଗଡ ତହସିଲଦାର ନିବେଦିତା ପରିଡ଼ାଙ୍କୁ ବୋଲଗଡ଼ ତହସିଲ କାର୍ଯାଳୟରେ ସାକ୍ଷାତ କରି ଫୁଲତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version