୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ଆନନ୍ଦ ଓ ସୌଭାଗ୍ୟର ବିଷୟ, ପରମପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କର ଦିବ୍ୟ ମାର୍ଗଦର୍ଶନରେ ପବିତ୍ର ଗୋ ନବରାତ୍ରି ଚଳିତ ବର୍ଷ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀ ଠାରେ ଗୁରୁଗୋବିନ୍ଦ ଗୋସେବାଶ୍ରମ ଓ ଓଡିଶା ଗୋସେବା ସମିତିର ମିଳିତ ସହଯୋଗରେ ତା ୨.୧୧.୨୦୨୪ ରିଖ ଠାରୁ ତା ୧୦.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଏହି ପବିତ୍ର ଅବସରରେ ନବଦିନ ବ୍ୟାପି ଜ୍ଞାନଯଜ୍ଞ, ନାମଯଜ୍ଞ, ଘୃତଯଜ୍ଞ, ଜପଯଜ୍ଞ ଏବଂ ଅନ୍ନଯଜ୍ଞ7 ଅନୁଷ୍ଠିତ ହେବ ।
ଗୋସେବାଶ୍ରମ ପରିସରରେ ଥିବା ଗୋମାତାଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଗୋ ଭଣ୍ଡାର ଓ ଗୋପାଷ୍ଟମୀ ଦିନ ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ପୁରୀର ସମସ୍ତ ଅସହାୟ ଗୋବଂଶଙ୍କ ନିମନ୍ତେ ଗୋଭଣ୍ଡାରର ଆୟୋଜନ କରାଯାଉଛି । ବ୍ରହ୍ମର୍ଷି ବାଟିକା, ବୃନ୍ଦାବନର ପୂଜ୍ୟ ସନ୍ଥ ବାବାଜୀ ଶ୍ରୀ ଦୀନବନ୍ଧୁ ଦାସ ମହାରାଜଜୀ ତା୩.୧୧.୨୪ ଠାରୁ ତା୯.୧୧.୨୪ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି “ଗୋଭାଗବତ କଥା” ପ୍ରବଚନ କରିବାକୁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି ।
