୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା :-> କଟକ ଜିଲ୍ଲା ଓଲଟପୁରସ୍ଥିତ ଭାରତ ବିଖ୍ୟାତ ସ୍ଵାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ବିଶ୍ବ ଅକୁପେସନାଲ ଥେରାପୀ ଦିବସ ଆଜି( SV NIRTAR)ର ଅଡିଟୋରିୟମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଥିଲେ ଯେ ଏହି ଅନୁଷ୍ଠାନ ଏସିଆ ମହାଦେଶରେ କିପରି ଆହୁରି ଅଧିକରୁ ଅଧିକ ଉନ୍ନତି କରିପାରିବା ସହ ଚିକିତ୍ସା କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ , ସେଥି ପ୍ରତି ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ତରାଇ ମତବ୍ୟକ୍ତ କରିଥିଲେ ।

