ଖପ୍ରାଖୋଲ ରେ ବ୍ଲକସ୍ତରୀୟ ଖାଦ୍ୟ ମେଳା : ପାରମ୍ପାରିକ ଖାଦ୍ୟ ଓ କୃଷି ଉପରେ ଗୁରୁତ୍ବ

୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ସ୍ଥାନୀୟ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଶ୍ରୀ ଅନ୍ନ ଅଭିଯାନ ଓ କୃଷି ବିଭାଗ ର ମିଳିତ ଉଦ୍ୟମ ରେ ବ୍ଲକସ୍ତରୀୟ ଖାଦ୍ୟ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ଉମେଶ ଗୁପ୍ତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ଉପମୁଖ୍ୟ ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ପଦ୍ମ କୁମାର ସିଂ ବରିହା,

ସମ୍ମାନୀତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ବ୍ଲକ କୃଷି ଅଧିକାରୀ ସନ୍ତୋଷ କୁମାର ମେହେର, ସହକାରୀ କୃଷି ଅଧିକାରୀ ସୁମନ୍ତ ଖମାରୀ, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଅଭୟ କୁମାର ତ୍ରିପାଠୀ, ଓ ୟୁ ଏ ଟି ଛାତ୍ରୀ ବର୍ଷାରାଣି ବରିହା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କ୍ଷୁଦ୍ର ଶସ୍ୟ ଚାଷ,

ପୁରାତନ ଖାଦ୍ୟ ଅଭ୍ୟାସ ଉପରେ ଆଲୋଚନା ହେବା ସହିତ ଜୈବିକ ପଦ୍ଧତିରେ କୃଷି, ପାରମ୍ପାରିକ ଖାଦ୍ୟ ଓ କୃଷି ଉପରେ ଗୁରୁତ୍ବ ଦେବାକୁ ଅତିଥି ମାନେ କହିଥିଲେ । ପରେ ବିଲୁପ୍ତ ପ୍ରାୟ ବିଭିନ୍ନ ଦେଶୀ ବିହନ, ଦେଶୀ ଖାଦ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଭୋଜରାଜ୍ ବାରିହା, ସୁନିଲ ହୋତା ପ୍ରମୁଖ ଉପସ୍ଥିତ ଥିବା ବେଳେ ଚାଷୀମାନେ ଉପସ୍ଥିତ ଥିଲେ ।

Exit mobile version