୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଦୀପାବଳୀରେ ଟ୍ରେନରେ ଦହନଶୀଳ ଆତସବାଜି ଏବଂ ଅନ୍ୟାନ୍ୟ ଜ୍ୱଳନ୍ତ ଜିନିଷର ବେଆଇନ ପରିବହନ ଉପରେ କଡା ସଜାଗ ରହିବାକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।ଯାତ୍ରୀ ପରିବହନ କରୁଥିବା ଟ୍ରେନରେ ଆତସବାଜି ବା ଫଟକା,ଗ୍ୟାସ ସିଲିଣ୍ଡର,ଏସିଡ୍, ପେଟ୍ରୋଲ,କିରୋସିନ ଏବଂ ଦହନଶୀଳ ସାମଗ୍ରୀ ପରିବହନ କରିବା ରେଳବାଇ ଅଧିନିୟମ 1989 ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ ।

