୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ଗତ ୧୯୯୯ ମସିହାରେ ଓଡ଼ିଶାରେ ଅନୁଭୂତ ହୋଇଥିଲା ପ୍ରଳୟଙ୍କାରୀ ମହାବାତ୍ୟା । ଏହାର ଭୟଙ୍କର ପ୍ରଭାବରେ ରାଜ୍ୟର ମାନବ ସମ୍ବଳ, ଆର୍ଥିକ ସ୍ଥିତି ଦୋହଲି ଯାଇ ଏକ ବଡ ବିପର୍ଯ୍ୟୟ ଆଡକୁ ଟାଣି ନେଇଥିଲା । ସେହି ସମୟର ବାତ୍ୟାର ବିଭୀଷିକା ଓ କରୁଣ ଦୃଶ୍ୟର ଛବି ମାନସ ପଟରେ ରୋମନ୍ଥନ ହେଲେ ଏବେ ବି ଏକ ଅଜଣା ଭୟର ଶିହରଣ ସୃଷ୍ଟି କରିଥାଏ । ସେହି ସମୟରୁ ଆଜି ପର୍ଯ୍ୟନ୍ତ ଓଡ଼ିଶା ବିଭିନ୍ନ ସମୟରେ ବନ୍ୟା , ବାତ୍ୟା ଭଳି ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ମହାବାତ୍ୟା ଅନୁଭୂତ ହେବାର ୨୫ ବର୍ଷ ଅତିବାହିତ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା ସକାଶେ ଗୁରୁତ୍ବ ପ୍ରଦାନ କରାଯାଇଛି ।
