ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ନବକିଶୋର ମହାନ୍ତି ଙ୍କ ବିୟୋଗ

ଏରବଙ୍ଗ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ନବ ସାର ଙ୍କ ପାଇଁ ଶୋକସଭା ଅନୁଷ୍ଠିତ  

୨୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ଥ ଏରବଙ୍ଗ ବିଦ୍ୟାଳୟର ଅନ୍ୟତମ ନିର୍ମାତା ତଥା ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଓ ବିଦ୍ୟାଳୟ ପରିଷଦର ବରିଷ୍ଠ ଉପଦେଷ୍ଟା ତଥା ବହୁଗୁଣ ସଂମ୍ପର୍ଣ୍ଣ ଶ୍ରୀଯୁକ୍ତ ନବକିଶୋର ମହାନ୍ତିଙ୍କର ୨୮/୧୦/୨୦୨୪ ସୋମବାର ରାତି ସାଢେ ଦୁଇଟାରେ ତାଙ୍କ କଟକ ସ୍ଥିତ ବାସଭବନରେ ୮୨ ବର୍ଷ ବୟସରେ ହୃଦଘାତ ରେ ମୃତ୍ଯୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ସମସ୍ତ ପରିବାର ବର୍ଗ ଉପସ୍ଥିତ ରହିଥିଲେ l

ସେ ଅତ୍ୟନ୍ତ ସରଳ, ଉଦାର, ଭଦ୍ର, ବିନମ୍ର ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ । ଗର୍ବ, ଅହମିକା ତାଙ୍କୁ କେବେ ସ୍ପର୍ଶ କରି ନଥିଲା । ତାଙ୍କର ଅକାଳ ବିୟୋଗରେ ବିଦ୍ୟାଳୟ ପରିଷଦ ତରଫରୁ ଆନ୍ତରିକ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପବିତ୍ର ଆତ୍ମାର ସଦଗତି ନିମିତ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଚରଣାରବିନ୍ଦରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସହିତ ଶୋକସଭା ଅନୁଷ୍ଠିତ ହୋଇଥିଲା l ପୁରୀ ର ସ୍ବର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା  l

 

Exit mobile version