ସ୍ୱାମୀ ଉପରେ ରାଗ ସୁଝାଇବା ପାଇଁ ମା ପାଲଟିଲା : ରାକ୍ଷାଶୀ

୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର  :-> 16 ମାସର ଶିଶୁ କନ୍ୟାକୁ କଲା ମରଣାତ୍ମକ ଆକ୍ରମଣ । ଭିଡିଓ କରି କଲା ଭାଇରାଲ l ଶିଶୁର ସୁରକ୍ଷା ନିମନ୍ତେ ପରିବାର ର ଲୋକମାନେ ବାଣପୁର ଥାନାରେ ଆଣିଲେ ଅଭିଯୋଗ  l ଏପରି ଘଟଣା ଘଟାଇଛି ଗମ୍ଭାରୀମୁଣ୍ଡା ନିକଟସ୍ଥ ହରିଚନ୍ଦନପୁର ଗ୍ରାମର ପ୍ରମୋଦ ନାୟକ ( ବିଚିତ୍ର )ଙ୍କ ସ୍ତ୍ରୀ ବନିତା ନାୟକ l ସ୍ୱାମୀ କେରଳରେ କାମ କରୁଥିବା ବେଳେ l

ସ୍ତ୍ରୀ ଘର ଛାଡି ବାଣପୁର ର ଭଗବତୀ ସାହିରେ ଭଡାଘରେ ରହୁଥିବା ପରିବାର ଲୋକେ କହିଛନ୍ତି l ସେଠାରେ 16 ମାସର ଶିଶୁକୁ ତଣ୍ଟି ଚିପି ବେକରେ ଗୋଡ ଥୋଇ ମାଡ଼ ମାରି ପାଟିରୁ ରକ୍ତ କାଢି ଅସହ୍ୟ ମରଣାତ୍ମକ ଆକ୍ରମଣ କରିଵା ସହ ସ୍ୱାମୀ ପାଖକୁ ପଠାଇ ଥିଲା  ଭିଡିଓ  l

ଏନେଇ ଛୁଆର ବଡ଼ବାପା ମାଧବ ନାୟକ ଓ ପରିବାରର ସମସ୍ତ ଲୋକ ଥାନାରେ ଦେଲେ ଅଭିଯୋଗ  l ବାଣପୁର ପୋଲିସ ଅଭିଯୋଗ ପାଇ ଶିଶୁ କନ୍ୟା ସ୍ମୁତି ନାୟକ କୁ ଉଦ୍ଧାର କରିବା ସହ l ମା, ବନିତା ନାୟକ କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି  l

Exit mobile version