Home ଓଡ଼ିଶା ବରିଷ୍ଠ ବ୍ଯବସାୟୀ ତଥା ଧର୍ମ ପରାୟଣ ବ୍ଯକ୍ତିଙ୍କ ପରଲୋକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋଣାର୍କ :-> କୋଣାର୍କ ଥାନା ଅଧିନସ୍ଥ ଜୁଣେଇଁ ଗ୍ରାମର ବରିଷ୍ଠ ବ୍ଯବସାୟୀ ତଥା ଧର୍ମ ପରାୟଣ ବ୍ଯକ୍ତି ମଙ୍ଗୁଳି ପାତ୍ର(୯୨) ବର୍ଷଙ୍କ ନିଜ ପୈତୃକ ବାସ ଭବନ ଜୁଣେଇଁ ଗ୍ରାମ ଠାରେ ସୋମବାର ଦିବା ୧୨ଘ ୩୦ ମିନିଟ ସମୟରେ ପରଲୋକ ହୋଇଯାଇଛି। ଖବରରୁ ପ୍ରକାଶ ଯେ, ସ୍ବର୍ଗତ ମଙ୍ଗୁଳି ପାତ୍ର ଦୀର୍ଘ ଦିନ ଧରି ଲୁଗା ଦୋକାନ କରି କୋଣାର୍କ ତଥା ଆଖପାଖ ଅଞ୍ଚଳରେ ଜଣେ ସଚ୍ଚୋଟ ବ୍ଯବସାୟୀ ଭାବେ ବେଶ ସୁନାମ ଅର୍ଜନ କରିଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଓ ଧର୍ମ ପରାୟଣ ବ୍ଯକ୍ତିତ୍ବ ଭାବେ ଲୋକ ପ୍ରିୟତା ଅର୍ଜନ କରିଥିଲେ । ସ୍ବର୍ଗତ ପାତ୍ର ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ହୋଇ ନିଜ ବାସଭବନ ଜୁଣେଇଁ ଗ୍ରାମ ଠାରେ ଅବସ୍ଥାନ କରୁଥିଲେ । ସୋମବାର ଦିବା ୧୨ଘ ୩୦ ମିନିଟ ସମୟରେ ସ୍ବର୍ଗତ ମଙ୍ଗୁଳି ପାତ୍ରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ବଡପୁଅ କୈଳାସ ପାତ୍ର, ସାନପୁଅ ସୁବାସ ପାତ୍ର, ରମେଶ ପାତ୍ର, ତିନି ବୋହୂ, ନାତି ବାପୁ ପାତ୍ର ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ସ୍ବର୍ଗତ ପାତ୍ରଙ୍କ ମୃତ ଶରୀର ପୈତୃକ ଗ୍ରାମ ଜୁଣେଇଁ ଗ୍ରାମ ପରିକ୍ରମା କରିବା ପରେ ପୁରୀ ସ୍ବର୍ଗଦ୍ବାର ଠାରେ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ବଡପୁଅ କୈଳାସ ଚନ୍ଦ୍ର ପାତ୍ର ମୁଖାଗ୍ନି ଦେଇଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026