Home ଓଡ଼ିଶା ଗୋପ ର ବରିଷ୍ଠ ପତ୍ରକାର ଅବଦୁଲ ୱାହବ ଖାନ ଙ୍କ ପରଲୋକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଅବଦୁଲ ୱାହବ ଖାନ ହେଉଛନ୍ତି ଗୋପ ଅଞ୍ଚଳର ବରିଷ୍ଠ ପତ୍ରକାର ” ସଂଚାର ” ଖବର କାଗଜର ପ୍ରତିନିଧି ଭାବେ ଗୋପ ବ୍ଲକ ପାଇଁ କାର୍ଯ୍ୟ କରୁଥିଲେ l ଗତ କାଲି ସକାଳେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା l ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁଅ,ଝିଅ ଓ ଅନ୍ୟାନ୍ୟ ପରିବାର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ସକାଳୁ ସକାଳୁ ଖବର ଟି ସମଗ୍ର ଗୋପ ଅଞ୍ଚଳ ପ୍ରଘଟ ହୋଇଯାଇଥିଲା l ଯିଏ ବି ଶୁଣିଲା ସିଏ ମର୍ମାହତ ଓ ଦୁଖିତଃ ହୋଇଥିଲା କାରଣ ଗୋପ ରେ ସିଏ ୭ ରୁ ସତୁରି ବୟସର ପିଲାଙ୍କ ଠାରୁ ବୁଢ଼ା ସମସ୍ତଙ୍କ ସହିତ ଭାରି ମେଳାପୀ ଓ ପରଉପକାରୀ ଭାବେ ବେଶ ଜଣାଶୁଣା ଥିଲେ l ଗୋପ ନିଗମାନନ୍ଦ ହାଇସ୍କୁଲ ରୁ ପ୍ରାଥମିକ ଶିକ୍ଷା ଲାଭ କରି ଉଚ୍ଚ ଶିକ୍ଷା ଲାଭ କରିଥିଲେ ନିମାପଡା ମହାବିଦ୍ୟାଳୟ ରେ, କଲେଜ ଜୀବନ କାଳ ଭିତରେ ସମସ୍ତ ବନ୍ଧୁଙ୍କର ବହୁତ ପ୍ରିୟ ଥିଲେ l ଆଉ ହିନ୍ଧୁ ମୁସଲିମଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ରେ ଦକ୍ଷ ଥିଲେ l ଜୁଲାଇ ମାସ 18 ତାରିଖ 1961 ମସିହାରେ ଜନ୍ମ ଗ୍ରହଣ କରିଥିଲେ 28/10/2024 ରେ ତାଙ୍କର ମୃତ୍ୟୁ ହୋଇଥିଲା l ମୃତ୍ୟୁ ବେଳକୁ ତାଙ୍କର ବୟସ 61 ବର୍ଷ ହୋଇଥିଲା l ଅନେକ ଦିନ ହେଵ ସିଏ ମଧୁମେହ ଓ ପକ୍ଷାଘାତ ରୋଗରେ ପୀଡିତ ଥିଲେ l ଯାହାଫଳରେ କୀ ଭୁବନେଶ୍ୱର ସ୍ଥିତ ହାଇଟେକ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ l ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ସହିତ ଯେଉଁମାନେ ଅତି ଘନିଷ୍ଠ ଥିଲେ ସେମାନଙ୍କ ମଧ୍ୟରୁ ବିଶିଷ୍ଟ ଶିକ୍ଷାବିତ୍ ବିଭୁତି ଭୂଷଣ ପଟ୍ଟନାୟକ ଓ ପୁନେଶ କୁମାର ସେନାପତି ଜିତେନ୍ଦ୍ର କୁମାର ସାହୁ ପ୍ରଭୁତି ଦୁଃଖ ପ୍ରକାଶ କରିଥିଲେ l ସାମ୍ବାଦିକ ସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରରାଯାଇଥିଲା l ପ୍ରଭୁ ତାଙ୍କର ଅମର ଆତ୍ମା ର ସଦଗତି ପ୍ରାପ୍ତି ପାଇଁ ଈଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026