ନାଳରୁ ମୃତ ଦେହ ଉଦ୍ଧାର

୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚଣ୍ଡିଖୋଲ :-> ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସମିଆ ନିକଟସ୍ଥ ପଞ୍ଚାୟତର ସିଆରିଆ ନିକଟରେ ଥିବା ନାଳରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି. ମୃତକଙ୍କ ସିଆରିଆ ଗ୍ରାମର. ବୁଲା ଆଲଦାଙ୍କ ସ୍ତ୍ରୀ ମୀନତି ଆଲଦା ୩୪ ବର୍ଷ । ଆଜି ସକାଳୁ ମୀନତି ସବୁଦିନ ପରି ସୌଚ ହେବା ପାଇଁ ବିଲ ମଧ୍ୟରେ ଥିବା ନାଳକୁ ଯାଇଥିଲା। ମାତ୍ର ଘରକୁ ଫେରି ନ ଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ଘରଲୋକେ ଖୋଜାଖୋଜି କରିଥିଲେ ପରେ ନାଳରେ ମରି ଭାସୁଥିବା ଦେଖିବାକୁ ମିଳିଥିଲା।

ପରେ ଏହି ବିଷୟରେ ସମିଆଁ ସରପଞ୍ଚ ବିଶ୍ବ ବିଜୟୀ ବ୍ରହ୍ମଙ୍କୁ ଜଣାଇଥିଲେ। ସରପଞ୍ଚ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବୈରୀ ଥାନାକୁ ଜଣାଇଥିଲେ। ଖବର ପାଇ ବୈରୀ ଥାନାଧିକାରୀ ଶରତ ଚନ୍ଦ୍ର ନାୟକ ପହଞ୍ଚି ଥିଲେ. ତେବେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେମିତି କେଉଁଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ସେ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ ସୂଚନା ଦେଇଛି.

Exit mobile version