Home ଓଡ଼ିଶା ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନ ନେହେରୁ ଯୁବ କେନ୍ଦ୍ର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧) ଅତ୍ୟଧିକ ଲୋଭ ହିଁ ଦୁର୍ନୀତି ର ମୂଳ ଉତ୍ସ ୨) ସଚେତନ ଓ ସତର୍କ ନାଗରିକ ସମାଜ ହିଁ ଦୁର୍ନୀତିର ମୂଳୋତ୍ପାଟନ କରି ପାରିବ। ୩) ପୁରୀରେ ନେହେରୁ ଯୁବ କେନ୍ଦ୍ରର ଦୁର୍ନୀତି ସଚେତନତା ସପ୍ତାହ ପାଳିତ। ୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ଜିଲ୍ଲା ଶାଖା ତରଫରୁ ପୁରୀ ସ୍ଥିତ ଦି ମିରର ସାମାଜିକ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ପ୍ରିମିୟର୍ ଇନଷ୍ଟିଚ୍ୟୁଟ ଅଫ୍ କମ୍ପୁଟର ଷ୍ଟଡିଜ୍ ସଭାଗୃହରେ ଦୁର୍ନୀତି ନିବାରଣ ସପ୍ତାହ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା ସଭାରେ ବିଶିଷ୍ଟ ସମାଜସେବୀ ଓ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବାଦଲ କୁମାର ବେହେରା ଯୋଗଦେଇ କହିଥିଲେ ଯେ ସରକାର ଏବଂ ସମାଜର ବିଭିନ୍ନ ସ୍ତରରେ ଦୁର୍ନୀତି ମହାମାରୀ ରୂପେ ବ୍ୟାପିବାରେ ଲାଗିଛି । ସରକାର, ସଚେତନ ନାଗରିକ ସମାଜ ଏବଂ ସମାଜର ବିଭିନ୍ନ ସ୍ତରରେ ଦୁର୍ନୀତି ମହାମାରୀ ରୂପେ ବ୍ୟାପିବାରେ ଲାଗିଛି । ମୁଖ୍ୟ ବକ୍ତା ଅଧିବକ୍ତା କବି ଦିଗମ୍ବର ବେହେରା ଉପସ୍ଥିତ ସମସ୍ତ ଯୁବଶକ୍ତିକୁ ସମ୍ବୋଧିତ କରି କହିଥିଲେ ଯେ ସକାରାତ୍ମକ ମନୋବୃତ୍ତି, ଆତ୍ମଶକ୍ତିର ଜାଗରଣ ଓ ନିଜ ଚାରିପଟେ ଘଟୁଥିବା ସମସ୍ତ ଘଟଣାବଳୀ ଉପରେ ସତର୍କ ରହିଲେ ସମାଜରୁ ଦୁର୍ନୀତି ହଟିବା ସହିତ ଏକ ସୁସ୍ଥ,ସ୍ୱଚ୍ଛ ଓ ସଭ୍ୟ ନାଗରିକ ସମାଜ ପ୍ରତିଷ୍ଠା ହୋଇ ପାରିବ ବୋଲି ସେ କହିଥିଲେ। ସମାଜର ଉପର ସ୍ତରରେ କ୍ଷମତା ଓ ଦାୟିତ୍ଵ ରେ ଥିବା ଲୋକର ନକାରାତ୍ମକ ମନୋବୃତ୍ତି ଏବଂ ଅତ୍ୟଧିକ ଲୋଭ ହିଁ ସବୁପ୍ରକାର ଦୁର୍ନୀତି ର ମୂଳ ଉତ୍ସ ବୋଲି ସେ କହିଥିଲେ।ଉଦଘାଟକ ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି କହିଥିଲେ ଯେ ଆତ୍ମ ଜାଗରଣ ,ଆତ୍ମ ଉପଲବ୍ଧି ସହିତ ନିଜ ଚାରିପଟେ ପ୍ରତିଦିନ ଘଟୁଥିବା ଘଟଣାବଳୀ ଉପରେ ସଚେତନ ରହି ସତର୍କ ରହିଲେ ଏକ ସ୍ୱଚ୍ଛ ଓ ସଶକ୍ତ ସଭ୍ୟ ସମାଜ ପ୍ରତିଷ୍ଠା ହୋଇ ପାରିବ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମିରରର ସମ୍ପାଦକ ସମାଜସେବୀ ସଞ୍ଜୟ କୁମାର ପ୍ରଧାନ କହିଥିଲେ ଯେ କେବଳ ପାଠ୍ୟ ଖସଡ଼ାରେ ଥିବା ପୁସ୍ତକ ଆମକୁ ଶିକ୍ଷିତ କରିବ ନାହିଁ ବରଂ ଜୀବନର ପ୍ରତିଟି କ୍ଷେତ୍ରକୁ ମୁକାବିଲା କରିବାକୁ ସଚେତନ, ସଶକ୍ତ,ଦକ୍ଷ ଓ ସତର୍କ ରହିଲେ ବ୍ୟକ୍ତି ସଫଳତା ପାଇବା ସହିତ ଏକ ସମୃଦ୍ଧ ସମାଜ ପ୍ରତିଷ୍ଠା ହୋଇ ପାରିବ।ସଭାକୁ ନେହେରୁ ଯୁବ କେନ୍ଦ୍ର ତରଫରୁ ବିତ୍ତ ଅଧିକାରୀ ବିଶିଷ୍ଟ ଲେଖକ ଅଶୋକ କୁମାର ବେହେରା କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। କାର୍ଯ୍ୟକ୍ରମରେ ପଞ୍ଚୁ ପଲେଇ ଓ ରାକେଶ କୁମାର ସେଠୀ ପ୍ରମୁଖ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରିମିୟର ଇନଷ୍ଟିଚ୍ୟୁଟ ଅଫ୍ କମ୍ପୁଟର ଷ୍ଟଡିଜ୍ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026