Home ଓଡ଼ିଶା ପୁରୀ ପୂର୍ତ୍ତବିଭାଗ କାର୍ଯ୍ଯାଳୟରେ ନାଲିଖାମ ବାଣ୍ଟିଲା କିଏ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ମୁଖିଆ ପାଲଟିଗଲେ କି ଧୂର୍ତ୍ତରାଷ୍ଟ୍ର ୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଆଜି ଥିଲା ଭିଜିଲାନ୍ସ ଦିବସ । ଦୁର୍ନୀତି ନିବାରଣ ପାଇଁ ସରକାରୀ ସ୍ତରରେ ଶପଥ ଗ୍ରହଣ କରାଯାଉଛି । ଆଜିର ଦିବସରେ ପୁରୀ ପୂର୍ତ୍ତବିଭାଗ କାର୍ଯ୍ଯାଳୟ ପରିସରରେ ଏକ ଅଦ୍ଭୂତପୂର୍ବ ଦୃଶ୍ଯ ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୧ ଟା ୩୦ ମିନିଟରେ ଓଡି ୩୩ ଏଜେ ୬୭୦୯ ବୋଲେରୋ ଗାଡି ଟି କାର୍ଯ୍ୟାଳୟ ପରିସରକୁ ପ୍ରବେଶ କରିଥିଲା । ଗାଡିରୁ ଜଣେ ବ୍ଯକ୍ତି ଅଫିସ ଭିତରକୁ ଯାଇ ନାଲିଖାମ ଓ କିଛି ଡବା ଉପରେ ନାଲି ଜରି ଗୁଡା ଯାଇଥିବା ଜିନିଷ ବୋହିବାକୁ ଲାଗିଲେ । ଅନ୍ଯ ଜଣେ ବ୍ଯକ୍ତି ହିନ୍ଦି ଭାଷାରେ କଥାବାର୍ତ୍ତ କରୁଥିଲେ । ଏହି ସମୟରେ ଆମ ଆଦମୀ ପାର୍ଟିର କିଛି କର୍ମୀ ଏହି ପ୍ଯାକେଟ କଣ ଓ କାହିଁକି ଦେଉଛ ସହ ପରିଚୟ ପଚାରିବାରେ ଗାଡ଼ି ଷ୍ଟାର୍ଟ କରି ପଳାଇଥିଲେ । ଶୁଣାଯାଉଛି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବଡ ବିଲ୍ଡିଂ ନିର୍ମାଣ ଚାଲିଛି । ଏହି ବିଲ୍ଡିଂ କୁ ପୁରୀ ଜିଲ୍ଲା ବାହାର ଠିକାଦାର କାର୍ଯ୍ଯ କରୁଛନ୍ତି । ଦୁର୍ଗା ପୂଜା ଓ କାଳୀ ପୂଜା ପାଇଁ ବିଭାଗର ମୁଖିଆଙ୍କୁ ଖୁସି କରିବା ପାଇଁ ଏହି ପ୍ଯାକେଟ ଦିଆଯାଉଥିବା ଅଭିଯୋଗ ହୋଇଛି । ବିଭାଗର କେତେକ ଧୃତ ଠିକାଦାର ବେଆଇନ ଠିକାଦାରି କରି ମିଥ୍ୟା ବିଲ ଜରିଆରେ କୋଟି କୋଟି ଟଙ୍କା ହାତଉଥିବା ଆଲୋଚନା ହେଉଛି । ମୁଖିଆ ସବୁ ଜାଣି ଭିଟାମିନ ମୋହରେ ଧୃତରାଷ୍ଟ୍ର ପାଲଟିଥିବା କୁହାଯାଉଛି । ମୁଖିଆ ପୁରୀରେ କାର୍ଯ୍ଯରତ ଥିଲେ ମଧ୍ଯ ସବୁବେଳେ ଭୁବନେଶ୍ବର ରହୁଛନ୍ତି । ଠିକାଦାର ମୁଖିଆଙ୍କୁ ପୁରୀ ଅଫିସରେ ଖୋଜିଲେ ଉତ୍ତର ମିଳୁଛି ଖୋର୍ଦ୍ଧା କାର୍ଯ୍ଯାଳୟର ଚାର୍ଜ ନେଇଛନ୍ତି । ଖୋର୍ଦ୍ଧା କାର୍ଯ୍ଯାଳୟରେ ପଚାରିଲେ ବାବୁ ପୁରୀରେ ଅଛନ୍ତି ବୋଲି କୁହାଯାଉଛି । ବାବୁଙ୍କ ଏଭଳି ଅଭିନୟକୁ କାର୍ଯ୍ଯାଳୟର କର୍ମଚାରୀ, ଠିକାଦାର ଓ ସାଧାରଣ ଜନତା ନାପସନ୍ଦ କରିଛନ୍ତି । ଖାଲି ଏହି ଗୋଟିଏ ଘଟଣା ନୁହେଁ ଏମିତି ବର୍ଷ ତମାମ କେତେକ କୋଟିପତି ଠିକାଦାର ଏଭଳି ଗିଫଟି ଦେଉଥିବା ଅଭିଯୋଗ ହେଉଛି । ମୁଖିଆଙ୍କ ବଦଳି ସହ ବାବୁଙ୍କ କଳା ସମ୍ପତ୍ତି ସଂପର୍କରେ ଭିଜିଲାନ୍ସ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026