ଆମେରିକା ରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଦାବୀ

ପୁରୀ  :->  ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଷ୍ଠିତ ଓ ପ୍ରଚଳିତ ଶାସ୍ତ୍ରୀୟ ପରମ୍ପରା କୁ ଭଙ୍ଗ କରି ଅଦିନରେ ଆମେରିକା ର ହଷ୍ଠନ ସହର ରେ ନଭେମ୍ବର ୩ ରେ ସ୍ନାନ ଯାତ୍ରା ଓ ୯ ତାରିଖ ରଥ ଯାତ୍ରା ଆୟୋଜନ କରୁଥିବା ସୂଚନା ମିଳିଛି | ଦେଶୀ ଓ ବିଦେଶୀ ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଏହି ସମସ୍ୟାର ଦୀର୍ଘ ସ୍ଥାୟୀ ନିରାକରଣ ବ୍ୟବସ୍ଥା ପାଇଁ ପଦକ୍ଷେପ ନିଆଯିବ ପାଇଁ ଉତ୍କଳ ବିଦ୍ୱତ ପରିଷଦ ସୋମବାର ଦିନ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଦାବିପତ୍ର ପ୍ରଦାନ କରିଛି | ପରିଷଦ ର ସଭାପତି ମନୋଜ ରଥଙ୍କ ନେତୃତ୍ୱ ରେ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳ ବିଜୟ କୃଷ୍ଣ ବ୍ବ୍ରହ୍ମା , ବରିଷ୍ଠ ସେବାୟତ ଶ୍ୟାମ ସୁନ୍ଦର ମହାପାତ୍ର , ସୁକାନ୍ତ ପଣ୍ଡା ,ବିରଂଚି ନାରାୟଣ ମିଶ୍ର ଶ୍ରୀମନ୍ଦିର ନୀତି ପ୍ରଶାସକ ଙ୍କୁ ଭେଟି ଏହାର ସ୍ଥାୟୀ ସମାଧାନ ବିଷୟରେ ଆଲୋଚନା କରି ଦାବି ପତ୍ର ପ୍ରଦାନ କରିଥିଲେ |

​ବିଗତ ଦିନ ମାନଙ୍କ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଷ୍ଠିତ ଓ ପ୍ରଚଳିତ ଶାସ୍ତ୍ରୀୟ ପରମ୍ପରା କୁ ଭଙ୍ଗ କରି ଅଦିନରେ ସ୍ନାନ ଯାତ୍ରା ଓ ରଥ ଯାତ୍ରା ବିଷୟ କୁ ନେଇ ଭକ୍ତ ସମାଜ , ପ୍ରଶାସନ , ସରକାର ଓ ଗଣ ମାଧ୍ୟମରେ ଅନେକ ଚର୍ଚା ହୋଇଥିଲା । କ୍ଷୋଭର ବିଷୟ ଇସକନ ଭଳି ସଂସ୍ଥା ପୁନର୍ବାର ଅମାନିଆ ହୋଇ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଅପଭ୍ରଂଶ କରିବା ପାଇଁ ହୀନ ପ୍ରୟାସ କରି ଆମେରିକା ର ହଷ୍ଟନ ସହର ରେ ଆସନ୍ତା ନଭେମ୍ବର ତିନି ତାରିଖରେ ସ୍ନାନ ଯାତ୍ରା ଓ ନଭେମ୍ବର ନଅ ତାରିଖରେ ରଥ ଯାତ୍ରା ଆୟୋଜନ କରୁଥିବାର ପ୍ରମାଣ ମିଳିଛି । ଏବାବଦରେ ପୂଜ୍ୟ ଗଜପତି ମହାରାଜା ଆପତ୍ତି ଉଠାଥିଲେ | ପରେ ଇସ୍କନ ସଂସ୍ଥା ଏଭଳି କୌଣସି ଆୟୋଜନ କରିବ ନାହି ଓ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ସମ୍ମାନ ଦେବ ବୋଲି ପତ୍ର ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲା । ଦାବିପତ୍ର ରେ ପରିଷଦ ଜଣାଇଛି ଯେ ଶ୍ରୀମନ୍ଦିର ପ୍ରଶାସନ ଆମେରିକା ର ହଷ୍ଟନ ସହରରେ ଥିବା ଇସ୍କନ ସଂସ୍ଥା ଓ ତାଙ୍କର ଅନ୍ତରାଷ୍ଟ୍ରୀୟ ମୁଖ୍ୟଙ୍କୁ ଏହି ନିୟମ ଭଙ୍ଗ ବିଷୟରେ ଅବଗତ କରାଇ ସାରା ବିଶ୍ବରେ ଏଭଳି ଆୟୋଜନ ନ କରିବାକୁ ପ୍ରତିଶ୍ରୁତି ଆଣନ୍ତୁ ।

ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଭାରତ ସରକାରଙ୍କୁ ଏହି ବିଷୟ ରେ ଅବଗତ କରାଇ ଆମେରିକା ସରକାର ଇସ୍କନ ସଂସ୍ଥା କୁ ଏହି କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଆଦେଶ ଦେବା ପାଇଁ ବ୍ୟବସ୍ଥା କରନ୍ତୁ ।ଶ୍ରୀମନ୍ଦିର ପ୍ରଶାସନ ଓଡିଶା ସରକାରଙ୍କ ମାଧ୍ୟମରେ ଭାରତର ସବୁ ରାଜ୍ୟ ର ମୁଖ୍ୟ ସଚିବଙ୍କୁ ପତ୍ର ଲେଖି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିଷ୍ଠିତ ଓ ପ୍ରଚଳିତ ଶାସ୍ତ୍ରୀୟ ପରମ୍ପରା ରେ ସ୍ନାନଯାତ୍ରା ଓ ରଥ ଯାତ୍ରା ର ତିଥି ବିଷୟରେ ଅବଗତ କରନ୍ତୁ ଓ ସେମାନଙ୍କ ରାଜ୍ୟରେ ଏଭଳି ଅଦିନିଆ ଆୟୋଜନ ହେଲେ ତାହାକୁ ଅନୁମତି ନ ଦେବା ପାଇଁ ଅନୁରୋଧ କରନ୍ତୁ । ଏହି ଗୁରୁତ୍ଵପୂର୍ଣ ବିଷୟକୁ ବିଚାରକୁ ନେଇ ଅବିଳମ୍ବେ ବିଧି ମୁତାବକ କାର୍ଯ୍ୟାନୁଷ୍ଠାନ କରି ଉଜ୍ଜ୍ଵଳ ଉଦାହରଣ ସୃଷ୍ଟି କରିବାକୁ ଅନୁରୋଧ କରିଛି ପରିଷଦ ।

Exit mobile version