Home ଓଡ଼ିଶା ଦେବଦୂତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଓ ପୁସ୍ତକ ଉନ୍ମୋଚନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ସତ୍ୟ ଓ ଅହିଂସାର ଉପାସକ ଜାତିର ଜନକଙ୍କ ଆଦର୍ଶ ଓ ବିଚାର ବିଶ୍ୱ ସମୁଦାୟ କୁ ଆଜି ମାର୍ଗଦର୍ଶନ ଦେଇଛି । ଏହି ପରିପ୍ରେକ୍ଷୀରେ ନିରାକାରପୁର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି।ଗାନ୍ଧୀ ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଡଃ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଅନାବରଣ ଓ ପୁସ୍ତକ ଉନ୍ମୋଚିତ ଦିବସରେ ଅତିଥି ଭାବରେ ନ୍ୟାୟାଧିଷ ମନୋରଞ୍ଜନ ମହାନ୍ତି,କୃଷ୍ଣା ମହାନ୍ତି,ବିରୁପାକ୍ଷ ତ୍ରିପାଠୀ, ରାମଚନ୍ଦ୍ର ମହାପାତ୍ର, ଡଃ ପ୍ରେମାନନ୍ଦ ମହାପାତ୍ର, ଫଣିନ୍ଦ୍ର ଭୂଷଣ ନନ୍ଦ, ଡଃ ଦିବାକର ମାନସିଂ, ଡଃ ବେଣୁଧର ଦାଶ,ଡଃ ମୃତ୍ୟୁଜଂୟ ରଥ ପ୍ରମୁଖ ଯୋଗଦେଇଥିଲେ । ଯାବତ ଚନ୍ଦ୍ରାର୍କେ ଗାନ୍ଧୀ ବିଚାର ପ୍ରାସଙ୍ଗିକ ହୋଇ ରହିଥିବ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣରେ ବିଶିଷ୍ଟ ଅତିଥି ମାନେ ମତପ୍ରକାଶ କରିଛନ୍ତି । ବିଶିଷ୍ଟ ସାରସ୍ୱତ ସାଧକ ଡଃ ପୂର୍ଣ୍ଣଚନ୍ଦ୍ର ଦାଶଙ୍କ ଦୁଇଟି ପୁସ୍ତକ ଦେବଦୂତ ମହାତ୍ମାଗାନ୍ଧୀ ଓ କଳ୍ପତରୁ କଲ୍ଲୋଳର ଲୋକାର୍ପଣ ହୋଇଛି।ପୁସ୍ତକ ଦୁଇଟିକୁ ପାଠକାର୍ପଣ କରି ଅତିଥି ଗଣ ଶ୍ରୀ ଦାଶଙ୍କ ସୂଜନୀର ପ୍ରଶଂସା କରିଥିଲେ । ଶେଷର ଗାନ୍ଧୀ ପ୍ରତିଷ୍ଠାନ ପକ୍ଷରୁ ୨୦ଜଣ ଅସହାୟ ଓ ଗରିବ ନିସ୍ପେଶିତ ଲୋକଙ୍କୁ ବସ୍ତ୍ର ପ୍ରଦାନ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରାଜ୍ୟସ୍ତରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲେ ମନ୍ତ୍ର by Proprietor Abhimanyu Maharana October 13, 2026 ପାରଳାଖେମୁଣ୍ଡି ଉପକଣ୍ଠ ଦେବିତୀ ଗ୍ରାମ ନିକଟରେ ଜୟମାତାଦି କଲ୍ୟାଣ ମଣ୍ଡପ ଠାରେ ଚାଲିଥିବା ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ ୧୨ ଲକ୍ଷ ଟଙ୍କା ଜବତ ୭୦ ଗିରଫ by Proprietor Abhimanyu Maharana October 13, 2026 EESL AND THERMOGREEN COOL JOIN HANDS TO ADVANCE PASSIVE COOLING AND COOL-ROOF SOLUTIONS FOR A CLIMATE-RESILIENT INDIA by Proprietor Abhimanyu Maharana October 13, 2026 ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର by Proprietor Abhimanyu Maharana October 13, 2026 ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ - ମୋହନା by Proprietor Abhimanyu Maharana October 13, 2026 ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ… by Proprietor Abhimanyu Maharana October 13, 2026