୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ ବ୍ଲକ :-> ବାଘମାରୀ ପଂଚାୟତ ଅନ୍ତର୍ଗତ ଏକାଦଶ ରୁଦ୍ର ତଥା ବାବା ହଟ୍ଟକେଶ୍ୱର ମନ୍ଦିରର ଭକ୍ତ ନିବାସ ପରିସରରେ ଖଣ୍ଡାୟତ କ୍ଷତ୍ରିୟ କଳ୍କୀ ସେନା ସହଯୋଗରେ “ଖୋର୍ଦ୍ଧା ମାଟିକୁ ପାଇକ ମାନଙ୍କ ଅବଦାନ”ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍କଳ ବିଶ୍ଵ ବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ପାରେଶ୍ୱର ସାହୁଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜଙ୍କ ସଂଯୋଜନାରେ ଐତିହାସିକ ମନୋ ରଞ୍ଜନ ମହାନ୍ତି, କୃପାସିନ୍ଧୁ ବିଶ୍ଵାଳ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ସତ୍ୟବାନ ଶ୍ରୀ ଚନ୍ଦନ, ଅବସରପ୍ରାପ୍ତ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି,

