ନିଲ୍ଡିକିଲା ଗ୍ରାମକୁ ବ୍ଲକ ପ୍ରଶାସନର ଗସ୍ତ

୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଡମ୍ବଗୁଡା ଗ୍ରାମ ପଞ୍ଚାୟତ ଅଧୀନ ନିଲଡିକିଲା ଗ୍ରାମ କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଗସ୍ତ କରି ବିଭିନ୍ନ ତଥ୍ୟ ସଂଗ୍ରହ କରି ଫେରିଥିବା ଜଣାଯାଇଛି । ବିଡିଓ ରାଜୀବ ଦାସ ଙ୍କ ସହ ତହସିଲଦାର ସତ୍ୟବାନ ନାୟକ, ଅଡବା ଥାନା ଅଧିକାରୀ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ,

କନିଷ୍ଟ ଯନ୍ତ୍ରୀ ପ୍ରମୁଖ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରି ଫେରିଥିବା ସୂଚନା ମିଳିଛି । ଦେଶ ସ୍ବାଧୀନ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ସ୍ଥାନୀୟ ଲୋକେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ଜିଲ୍ଲାପାଳ ବିଜୟ କୁମାର ଦାସ ଏକ ପ୍ରତିନିଧି ଦଳ କୁ ସେହି ଦୁର୍ଗମ ଅଞ୍ଚଳ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

Exit mobile version