୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଗତ ଅକ୍ଟୋବର ୨ ତାରିଖ ରୁ ବିଜେଡିର ଯେଉଁ ପଦଯାତ୍ର ଆରମ୍ଭ ହୋଇଥିଲା । ଏହି ପରିପେକ୍ଷ ରେ ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ଆର,ଉଦୟଗିରି ଓ ନୁଆଗଡ ସଦରମୋହକୁମା ଠାରେ ସୋମବାର ବିଜୁ ଜନତାଦଳ ର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ସାଧାରଣ ନିର୍ବାଚନରେ ଗଜପତି ଜିଲ୍ଲାରେ ବିଜେଡିର ଶୋଚନୀୟ ପରଜୟ ପରେ ପ୍ରଥମ ଥର ପାଇଁ ମୋହନା ଆର,ଉଦୟଗିରି ଓ ନୁଆଗଡ ବ୍ଲକର ଉଭୟ ମହିଳା ଓ ପୁରୁଷ ବିଜେଡି କର୍ମୀମାନେ ପ୍ରଥମେ ସ୍ଥାନୀୟ ଆତରସିଂ ଠାରେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇଥିଲେ ପରେ ପରେ ଏକ ବିରାଟ ପଦଯାତ୍ରାରେ ସହରର ମୁଖ୍ୟ ରାସ୍ତା ଦେଇ ଥାନା ନିକଟ ପର୍ଯ୍ୟନ୍ତ ଆସୁଥିଲେ ।

