୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ , ଗାଁକୁ ଭଲ ରାସ୍ତା ନଥିବାରୁ ୨ କିମି ଭାରରେ ବୁହା ହେଲା ଗର୍ଭବତୀ ମହିଳାଙ୍କ ମୃତ ଦେହ l ଗଜପତି ଜିଲ୍ଲା ମୋହନା ବ୍ଲକ ଡ଼ମ୍ବଗୁଡା ପଂଚାୟତ ନିର୍ଲଡ୍ଡୀକିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l ଗାଁର ବଳାରାମ ମଲ୍ଲିକଙ୍କ ପତ୍ନୀ ମମତା ମଲ୍ଲିକ ୬ ମାସର ଗର୍ଭବତୀ ଥିଲେ l

