ଦଧିଚି ଶିକ୍ଷାନୁଷ୍ଠାନ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ

୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଣ୍ଟାପଡ଼ା  :-> କଟକ ଜିଲ୍ଲା ଅନ୍ତର୍ଗତ ସୁନ୍ଦର ଗ୍ରାମ ସ୍ଥିତ ଦଧିଚି ଶିକ୍ଷାନୁଷ୍ଠାନ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ସହ ଏବେ ଏହି ଅନୁଷ୍ଠାନ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ମଧ୍ଯ ସ୍ୱର୍ଣ୍ଣ ପଦକ ହାସଲ କରିଛି ,ଏହି ଉପଲକ୍ଷେ ଆଜି ଦଧିଚି ଶିକ୍ଷା ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ପ୍ରେସ ମିଟି ଏବଂ କୃତୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ଅନୁଷ୍ଠାନର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଖାଲି ସେତିକି ନୁହେଁ ବିଭିନ୍ନ କ୍ଷେତ୍ରରୁ ଆରମ୍ଭ କରି ବୌଦ୍ଧିକ ବିକାଶ କ୍ଷେତ୍ର ସମେତ ସବୁଥିରେ ଦଧିଚି ଶିକ୍ଷାନୁଷ୍ଠାନ ନିଜର ସଫଳତା ଦେଖାଇଛି ।

ଆଗରୁ ଅନେକ କ୍ଷେତ୍ରରେ ପୁରସ୍କାର ଏବଂ ପ୍ରତିଷ୍ଠା ପାଇଥିବା ଏହି ଶିକ୍ଷାନୁଷ୍ଠାନ ଏହି କ୍ରମରେ ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ସ୍ଵର୍ଣ୍ଣ ପଦକ ସହ ଅଶେଷ ସଫଳତା ଅର୍ଜନ କରିଛି। ଏଥିରେ ସପ୍ତମ ଶ୍ରେଣୀର ଛାତ୍ରୀ ଭୌମିକ ଧାନଭି ଏବଂ ନବମ ଶ୍ରେଣୀର ଛାତ୍ର ସପ୍ତକ୍ ମଣ୍ଡଳ କୃତକାର୍ଯ୍ୟ ହୋଇଛନ୍ତି। ନିଜର ପ୍ରଚେଷ୍ଟା ଏବଂ ଅଧ୍ୟବସାୟ ବଳରେ ଏବଂ ନିଜର ପ୍ରଶିକ୍ଷକଙ୍କ ପ୍ରେରଣା ଦ୍ୱାରା ସେମାନେ ଏହା ସଫଳତା ଅର୍ଜନ କରିଛନ୍ତି ବୋଲି କୁହାଯାଏ ।

ଏହି ଅବସରରେ ଦଧିଚି ସମୂହ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡ଼ାଃ ମନୋଜ କୁମାର ଦାଶ ଏବଂ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ବବିତା ଦାଶଙ୍କୁ ଏହି ସଫଳତା ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଦଧିଚି ପୁବ୍ଲିକ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର ନାଥ ଭଟ୍ଟ ବିଜୟୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ସହ ପୁରସ୍କୃତ କରିଥିଲେ । ଏଥି ପାଇଁ ଶିକ୍ଷାନୁଷ୍ଠାନରେ ଖୁସିର ମହୋଲ ଖେଳିବା ସହିତ ସମଗ୍ର ଦଧିଚି ଶିକ୍ଷାନୁଷ୍ଠାନ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି କାମନା କରିଛି ।  

Exit mobile version