Home ଓଡ଼ିଶା ଖୋର୍ଦ୍ଧାରୋଡ୍ ମଣ୍ଡଳ ଦ୍ଵାରା ସତର୍କତା ସଚେତନତା ସପ୍ତାହ : ସମସ୍ତ କାର୍ଯ୍ୟକୁ ଏକ ସଚ୍ଚୋଟ ଏବଂ ସ୍ୱଚ୍ଛ ଢ଼ଙ୍ଗରେ କରିବା ପାଇଁ ସତ୍ୟନିଷ୍ଠା ପ୍ରତିଜ୍ଞା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ଵାରା ଅକ୍ଟୋବର ୨୮ରୁ୩ ନଭେମ୍ବର ପର୍ଯ୍ୟନ୍ତ “ସତର୍କତା ସଚେତନତା ସପ୍ତାହ” ପାଳନ କରାଯାଉଛି। ଯାହାର ଉଦେଶ୍ୟ ହେଉଛି ଜାତିର ସମୃଦ୍ଧତା ପାଇଁ ଅଖଣ୍ଡତାର ସଂସ୍କୃତି । ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ରେଲୱେ ଅଧିକାରୀ ଏବଂ କର୍ମଚାରୀଙ୍କୁ “ସଚ୍ଚୋଟତା”ର ଶପଥ ପାଠ କରାଇଥିଲେ।ସମସ୍ତ କାର୍ଯ୍ୟ ଏକ ସଚ୍ଚୋଟ ଏବଂ ସ୍ୱଚ୍ଛଢ଼ଙ୍ଗରେ କରି ଦୁର୍ନୀତିକୁ ଦୂର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏକ ଦୁର୍ନୀତି ମୁକ୍ତ ସମାଜ ପାଇଁ ନିଜକୁ ସମର୍ପିତ କରିବା ଲକ୍ଷ୍ୟରେ ସମସ୍ତ ରେଳ ଷ୍ଟେସନରେ କର୍ମଚାରୀମାନେ ସଚ୍ଚୋଟତାର ଶପଥ ପାଠ କରିଥିଲେ । ସପ୍ତାହବ୍ୟାପୀ ପର୍ଯ୍ୟବେକ୍ଷଣ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଥିବା ସମସ୍ତ ରେଳ ପ୍ରତିଷ୍ଠାନ ଗୁଡ଼ିକରେ ବ୍ୟାନର,ପୋଷ୍ଟର, ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ହିତାଧିକାରୀଙ୍କୁ ସମ୍ବେଦନଶୀଳ କରିବା ପାଇଁ ସେମିନାର ଏବଂ ପଥପ୍ରାନ୍ତ ନାଟକ କରାଯିବ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026