୨୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତବ୍ୟାପୀ ସୁଲଭ ଓ ଉଚ୍ଚମାନର ଶିକ୍ଷାକୁ ଗଣତାନ୍ତ୍ରିକ କରିବା ପାଇଁ ପ୍ରତିବଦ୍ଧ ରହିଥିବା ଭାରତର ଅଗ୍ରଣୀ ମଲ୍ଟିନ୍ୟାଶନାଲ ଏଡ୍ଟେକ କମ୍ପାନୀ ଫିଜିକ୍ସ ୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷରେ ଦେଶବ୍ୟାପୀ ୭୭ଟି ନୂଆ ଅଫ୍ଲାଇନ ଟେକ୍ନୋଲୋଜି ସକ୍ଷମ ଲର୍ଣ୍ଣିଂ ସେଂଟର୍ର ଶୁଭାରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି l ଏହି ନୂଆ ସେଂଟରଗୁଡିକ ତାମିଲନାଡୁ, ଗୁଜରାଟ, ଜମ୍ମୁକଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟଗୁଡିକରେ ପରିବ୍ୟାପ୍ତ ରହିବ । ଏହି ସମ୍ପ୍ରସାରଣ ପ୍ରଭାବୀ ରୂପେ ପିଡବ୍ଲ୍ୟ୍ରୁର ଅଫ୍ଲାଇନ ଉପସ୍ଥିତିକୁ ୧୪୧ଟି ସହରରେ ୨୦୩ଟି ସେଂଟରକୁ ଦୁଇ ଗୁଣ ବୃଦ୍ଧି କରିବ । ପିଡବ୍ଲ୍ୟୁର ବର୍ତମାନ ଦେଶବ୍ୟାପୀ ୧୨୬ଟି ବିଦ୍ୟାପୀଠ ଓ ପାଠଶାଳା ସେଂଟର୍ ରହିଛି ।
ଏହି ରଣନୈତିକ ଅଭିବୃଦ୍ଧି ମାଧ୍ୟମରେ ପିଡବ୍ଲ୍ୟୁ ଟିୟର ୨ ଓ ଟିୟର ୩ ସହରଗୁଡିକରେ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଦ୍ଧିଷ୍ଟ ଧ୍ୟାନ ସହିତ ଗୁଣାତ୍ମକ ଶିକ୍ଷା ପାଇଁ ପହଂଚକୁ ବହୁମାତ୍ରାରେ ବୃଦ୍ଧି କରିବ । ଏହି ଅବସରରେ ସେଂଟର ମୁଖ୍ୟ ଶୁଜା ଅହମ୍ମଦ ଏବଂ ବ୍ୟବସାୟ ମୁଖ୍ୟ ସିଦ୍ଧାର୍ଥ ଶଙ୍କର ଛୋଟରାୟ ଉପସ୍ଥିତ ରହି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ l ପିଡବ୍ଲ୍ୟୁର ଅଫ୍ଲାଇନ ସେଗ୍ମେଂଟ୍ ଦୁଇଟି ମଡେଲ- ବିଦ୍ୟାପୀଠ (ଭିପି) ଓ ପାଠଶାଳାରେ ବିଭାଜିତ ହୋଇଛି । ବିଦ୍ୟାପୀଠଗୁଡିକ ଟେକ୍-ସକ୍ଷମ ଅଫ୍ଲାଇନ ସେଂଟର ଅଟେ ଯେଉଁଠାରେ ଛାତ୍ରଛାତ୍ରୀମାନେ ଦକ୍ଷ ଶିକ୍ଷକ ଶିକ୍ଷାର୍ଥୀଙ୍କ ନେତୃତ୍ୱାଧୀନ ଇନ୍-ପର୍ସନ କ୍ଲାସରେ ଯୋଗ ଦେଇଥାନ୍ତି ।
