ଫତେଗଡ଼ ଗ୍ରାମରେ ବରିଷ୍ଠ ନାଗରିକ ସଂଘର ୮ମ ବାର୍ଷିକ ସମ୍ମିଳନୀ

୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> କନକଲତା ସାହୁ ସେବା ସଂସ୍ଥାନ ପକ୍ଷରୁ ଭାପୁର ବରିଷ୍ଠ ନାଗରିକ ସଙ୍ଘର ସମ୍ପାଦକ ଯୁଗଳ କିଶୋର ସାହୁଙ୍କ ଆବାହକତ୍ୱରେ ଫତେଗଡ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ନାଗରିକ ସଂଘର ୮ମ ବାର୍ଷିକ ସମ୍ମିଳନୀ ରବିବାରଦିନ ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଜେପି ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱସିନ,

ମୁଖ୍ୟବକ୍ତା ଭାବେ ଧଳାପଥର ପ୍ରଜାପିତା ଈଶ୍ବରୀୟ ବ୍ରହ୍ମlକୁମାରୀ ବିଶ୍ବବିଦ୍ୟାଳୟର ଭଉଣୀ ଯlଜ୍ଞସିନୀ ଓ ସଂମ୍ମାନିତ ଅତିଥିଭାବେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀଅଧିକ୍ଷିକ ସୁବାସ ଚନ୍ଦ୍ର ପଣ୍ଡା, ରାଜ୍ୟ ବରିଷ୍ଠ ନାଗରିକ ସାଙ୍ଗର ସଭାପତି ଡା, ମଧୁ ମାଧବ ଜେନା, ଘରୋଇ ଚିକିତ୍ସାଳୟର ଡା, ପି. କେ ସାହୁ, ଭୁବନେଶ୍ୱର ରୋଟାରି କ୍ଳବର ସଭାପତି ବିଚିତ୍ର ନନ୍ଦ ନାୟକ, ସମ୍ପାଦକ ଡା. ସତ୍ୟାନନ୍ଦ ନାୟକ ପ୍ରମୁଖ ଯୋଗଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ ! ୬ଜିଲ୍ଲାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ ବରିଷ୍ଠ ନlଗରିକମାନେ ଯୋଗଦେଇଥିଲେ !

ପ୍ରଜାପିତା ଈଶ୍ବରୀୟ ବ୍ରହ୍ମlକୁମାରୀ ବିଶ୍ବବିଦ୍ୟାଳୟର ଭଉଣୀ ଯlଜ୍ଞସିନୀ ଓ ଶିକ୍ଷକ ମନୋଜ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ! ଶତାଧିକ ଗରିବ ଅସହାୟ ଭିର୍ଣ୍ଣକ୍ଷମାମାନଙ୍କୁ କମ୍ବଳ ପ୍ରଦାନ କରିବା ସହ ଅତିଥିମାନେ ୮ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ !

Exit mobile version