Home ଓଡ଼ିଶା ଆଇବି ହାଚେରୀର ଦୁଷିତ ପାଣିରେ ବ୍ଯାପୁଛି ଚର୍ମରୋଗ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା :-> ଯାଜପୁର ଜିଲ୍ଲା ବଡଚଣା ବ୍ଲକର ପଶ୍ଚିମାଞ୍ଚଳରେ ଗଢି ଉଠୁଛି ଅନେକ କଳକାରଖାନା l ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଜନସଂଖ୍ୟା କମ୍ ଥାଇ ପାରେ ମାତ୍ର କାରଖାନା କର୍ତ୍ତୃପକ୍ଷ ଓ ସରକାର ଏମାନଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ନେଇ ଅଭିଯୋଗ ହୋଇଛି l ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଶାଳପଡା ପଞ୍ଚାୟତରୁ ଆସିଛି ଏମିତି ଗୁରୁତର ଅଭିଯୋଗ l ସମିଆଁ ପଞ୍ଚାୟତ ରାଇଝର ମୌଜାରେ ବନ୍ଧପଲି ଅଞ୍ଚଳକୁ ଲାଗି ନୂଆ କରି ଅର୍ଥାତ୍ ବର୍ଷେ ହେବ ଆରମ୍ଭ ହୋଇଛି ଆଇ. ବି (ଇଣ୍ଡିଆନ ବଏଲର) କମ୍ପାନୀ l ଆଗକୁ କୁକୁଡା ଦାନା ତିଆରି କରିବାକୁ ଲକ୍ଷ ରଖିଥିବା ଏହି କମ୍ପାନୀ ବର୍ତ୍ତମାନ କୁକୁଡା ଛୁଆ ଉପ୍ତାଦନ କରୁଛି l ହେଲେ କାରଖାନାରୁ ନିର୍ଗତ ଦୁର୍ଗନ୍ଧ ଓ ପଚାଷଢା ପାଣିରେ ଏବେଠୁ ଅତିଷ୍ଠ ହୋଇଗଲେଣି କାରଖାନା ଚତୁପାର୍ଶ୍ବର ଲୋକେ l ଲୋକଙ୍କ ଅଭିଯୋଗ ଶୁଣି ସତ୍ଯାସତ୍ଯ ଜାଣିବା ପାଇଁ ଆମେ ସେଠାକୁ ଯାଇଥିଲା ବେଳେ ପ୍ରକୃତରେ କାରଖାନାର ଭୀଷଣ ଦୁର୍ଗନ୍ଧରେ ଆମକୁ ଅଣ ନିଶ୍ବାସ ପରି ଲାଗିଥିଲା l ଯାହା ହେଉ କଷ୍ଟେମଷ୍ଟେ ଗାଁ ଭିତରକୁ ଯିବା ପରେ ଲୋକେ ଏକାଠି ହୋଇ ଜାହିର କରିଥିଲେ ନିଜର ଅସନ୍ତୋଷ l ସେମାନଙ୍କ କହିବା ଅନୁସାରେ କାରାଖାନାର ଦୁର୍ଗନ୍ଧ ଯେତିକି ଯନ୍ତ୍ରଣା ଦେଉଛି ଏଥିରୁ ନିର୍ଗତ ରାସାୟନିକ ପାଣି ଖୋଲା ରାସ୍ତାରେ ଆସି ଚାଷଜମିରେ ମିଶୁଛି l ଯାହାକି ସେମାନଙ୍କ ଫସଲ ନଷ୍ଟ କରୁଛି. ଏପରିକି ଚାଷ ଜମିକୁ ଯିବା ଆସିବା କରୁଥିବାରୁ ଜନସାଧାରଣ ତଥା ବିଲରେ କାମ କରୁଥିବା ମୁଲିଆ ଓ ଏହି ପାଣି ସଂମ୍ପସରେ ଆସୁଥିବା ଗ୍ରାମରେ ଗାଁରେ ଚର୍ମ ରୋଗ ବ୍ଯାପିଲାଣି l ସେମାନଙ୍କ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ କଳା କଳା ଦାଗ ହୋଇ କୁଣ୍ଢାଇ ହେଉଛି l ଏପରିକି ଏହି ରାସାୟନିକ ପାଣି ଯେଉଁଠି ଲାଗୁଛି କୁଣ୍ଢାଇ ହେଉଥିବା ଲୋକେ କହିଛନ୍ତି. ଏହି ସରଳ ଆଦିବାସୀ ମହିଳା ଓ ପୁରୁଷ, ଦୀର୍ଘ ବର୍ଷେ ହେବ ଏପରି ଦଶା ଭୋଗୁଥିଲେ କେହି ଶୁଣିବାକୁ ନାହିଁ l ଏତେବଡ କାରଖାନାକୁ ଦେଖି ଭୟ କରୁଥିବା ଏହି ଲୋକମାନଙ୍କ ଅଭିଯୋଗ ବି ସ୍ଥାନୀୟ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ଠାରେ ଲୁଚି ଯାଉଛି. ତଥାପି ଲୋକଙ୍କ ଅଭିଯୋଗକୁ ନେଇ କାରଖାନା କର୍ତ୍ତୃପକ୍ଷଙ୍କୁ ଆମେ ଭେଟି l ତଥାପି ଲୋକଙ୍କ ଅଭିଯୋଗକୁ ନେଇ କାରଖାନା କର୍ତ୍ତୃପକ୍ଷଙ୍କୁ ଆମେ ଭେଟିଥିଲୁ. ଏହି ଓଡିଶା ହାଚେରୀର ଏଚ୍ ଆର୍ ନବୀନ ଦେଶମୁଖ ଦୁର୍ଗନ୍ଧ ଅଭିଯୋଗକୁ ସଂପୂର୍ଣ୍ଣ ଏଡାଇ ଦେଇଥିଲେ ବି ଖୁବଶୀଘ୍ର ଏ ସବୁ ଅଭିଯୋଗର ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କାରଖାନା କର୍ତ୍ତୃପକ୍ଷ. କାରଖାନା ପ୍ରତିଷ୍ଠାକୁ ବିରୋଧ କରୁନଥିଲେ ଏପରି ମରଣ ଦଶା ସମାଧାନ ନହେଇ ପାରିଲେ କାରଖାନା ବନ୍ଦ କରିବାକୁ ଲୋକେ ସରକାରଙ୍କ ନିକଟରେ ଦାବୀ କରିଛନ୍ତି. Categories: ଓଡ଼ିଶା, କଟକ, ଯାଜପୁର, ହୋମ୍ Related Content ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026 ନୟାଗଡ଼ରେ ଜିଲ୍ଲା ସ୍ତରୀୟ ନାରୀ ଜାଗରଣ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana September 7, 2026